www.samajalive.in
Monday, December 8, 2025
27.1 C
Bhubaneswar

ବିକାଶ, ସାମାଜିକ ଅଧିକାର ଏବଂ ସୁଯୋଗର ଫଳ ଉପରେ ସମସ୍ତଙ୍କର ସମାନ ସୁବିଧା ସୁନିଶ୍ଚିତ କରିବା ପାଇଁ ସାମାଜିକ ନ୍ୟାୟ ଜରୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ କହିଛନ୍ତି ଯେ ବିକାଶ, ସାମାଜିକ ଅଧିକାର ଏବଂ ସୁଯୋଗର ଫଳ ଉପରେ ସମସ୍ତଙ୍କର ସମାନ ସୁବିଧା ସୁନିଶ୍ଚିତ କରିବା ପାଇଁ ସାମାଜିକ ନ୍ୟାୟ ଜରୁରୀ ଅଟେ। ମୁଖ୍ୟମନ୍ତ୍ରୀ ଲିଙ୍ଗ, ବୟସ କିମ୍ବା ଜାତି କାରଣରୁ ଲୋକମାନେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକକୁ ପ୍ରତିହତ କରି ଅସମାନତାର ବ୍ୟବଧାନକୁ ଦୂର କରିବାକୁ ଥିବା ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଓଡ଼ିଶାର ପ୍ରୟାସ ଉପରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା କଣ୍ଟ୍ରିର ଡାଇରେକ୍ଟର ବିଶୋ ପାରାଜୁଲିଙ୍କ ସହ ଫଳପ୍ରଦ ଆଲୋଚନା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସମାବେଶୀ ବିକାଶ ଓ ଦାରିଦ୍ର୍ୟ ଦୂରୀକରଣକୁ ସୁନିଶ୍ଚିତ କରିବା ନିମନ୍ତେ ଆମର ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ଭାରତ ଏବଂ ଭାରତରେ ଅବସ୍ଥାପିତ ଜାତିସଂଘ ସହିତ କାର୍ଯ୍ୟ ଜାରି ରହିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି।

 

- Advertisement -

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶଙ୍କର କର୍କଟ ହସପିଟାଲର ମ୍ୟାନେଜିଂ ଟ୍ରଷ୍ଟି ବିଶିଷ୍ଟ କର୍କଟ ଚିକିତ୍ସକ ଡାକ୍ତର ବି. ଏସ. ଶ୍ରୀନାଥ, ସୁସ୍ମିତା ବାଗ୍‌ଚୀ ଓ ସୁବ୍ରତୋ ବାଗ୍‌ଚୀଙ୍କ ସହ ସାକ୍ଷାତ ଆଲୋଚନା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରେ ସ୍ଥାପିତ ହେବାକୁ ଥିବା ଅତ୍ୟାଧୁନିକ କର୍କଟ ହସ୍‌ପିଟାଲ୍‌ ଏବଂ ଉପଶମ କେନ୍ଦ୍ରର ଅଗ୍ରଗତି ଉପରେ ଫଳପ୍ରଦ ଆଲୋଚନା ହୋଇଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ୪୦ ବର୍ଷ ପରେ ୨୦୨୩ ମସିହାରେ ଭାରତ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଅଧିବେଶନ ଆୟୋଜନ କରିବାକୁ ଯାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ଭାବରେ ଏହା ଭାରତର ସ୍ଥିତିକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories