www.samajalive.in
Monday, December 8, 2025
27.1 C
Bhubaneswar

ପ୍ରମିଳାଙ୍କ ନିର୍ବାଚନମଣ୍ଡଳୀରେ ଗୁଣ୍ଡାରାଜ୍‍, ସାମ୍ବାଦିକଙ୍କୁ ଗୋଡାଇ ଗୋଡାଇ ପିଟିଲେ ଦୁର୍ବୃତ୍ତ

ଯାଜପୁର: ବିଞ୍ଝାରପୁର ବ୍ଲକ ବାଛୋଳରେ ଉତ୍ତେଜନା । ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଉତ୍ତେଜନା ଦେଖାଦେଇଛି । ୩ଜଣ ସାମ୍ବାଦିକଙ୍କୁ ଆକ୍ରମଣ କାରିଛନ୍ତି ଦୁର୍ବୃତ୍ତ । ଖବର ସଂଗ୍ରହ ବେଳେ ଦୁର୍ବୃତ୍ତମାନେ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଛନ୍ତି । ସାମ୍ବାଦିକ ମାନଙ୍କୁ ଗୋଡାଇ ଗୋଡାଇ ଦୁର୍ବୃତ୍ତ ମାନେ ପିଟିଥିବା ଦେଖିବାକୁ ମିଳିଛି । ସମସ୍ତ ତିନିଜଣ ସମ୍ବାଦିକ ଆହତ ହୋଇ ଯାଜପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଏନେଇ ଯାଜପୁର ଏସପି ପ୍ରତିକ୍ରିୟା ରଖିଛନ୍ତି । ଏସପି କହିଛନ୍ତି ଏହି ଘଟଣାରେ ସମ୍ପୃତ୍ତ ଥିବା ବ୍ୟକ୍ତି ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ପୋଲିସ ତଦନ୍ତ କରୁୁଛି ।

ସୂଚନା ମୁତାବକ ଯାଜପୁର ଜିଲ୍ଲାରେ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ଓ ଦ୍ଵିତୀୟ ପର‌୍ୟ୍ୟାୟରେ ବୁଥ ଜବରଦଖଲ ଭଳି ଘଟଣା ଘଟିଥିଲା ବେଳେ ଆଜି ତୃତୀୟ ପର‌୍ୟ୍ୟାୟ ମତଦାନ ସମୟରେ କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତର ସୋତି ୟୁଜିଏମଇ ସ୍କୁଲରେ ଭୋଟଗ୍ରହଣ ଚାଲିଥିବା ବେଳେ ୮, ୯, ୧୦ ଓ ୧୧ ନମ୍ବର ବୁଥରେ ଭୋଟଗ୍ରହଣ ଚାଲିଥିବା ବେଳେ ଦୁର୍ବୃତ୍ତଙ୍କ ଦ୍ବାରା ଗଣ୍ଡଗୋଳ ସହ ବୁଥ ଜବରଦଖଲ ହୋଇଥିବା ଜଣାପଡିଛି। ଏବେ ସେହି ୪ଟି ବୁଥରେ ମତଦାନ ବନ୍ଦ ରହିଛି। ବୁଥ ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

- Advertisement -

ଘଟଣାର ସମାଧାନ କରିବାକୁ ଯାଇଥିବା କୋରେଇ ବିଡିଓ ରଞ୍ଜନ ପରିଡାଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଇତିମଧ୍ୟରେ ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ଓ ତହସିଲଦାର ପହଂଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି। ହିଂସାକାଣ୍ଡ ଘଟଣାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ପହଂଚିଛନ୍ତି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories