www.samajalive.in
Monday, December 8, 2025
27.1 C
Bhubaneswar

ପିଇଛନ୍ତି କି କମଳା ଚା’? ରହିଛି ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ

ସ୍ୱାସ୍ଥ୍ୟ ପାଇଁ କମଳା ବେଶ ଉପକାରୀ।କମଳା ବ୍ୟତୀତ କମଳା ଚୋପାର ଖୁବ ଲାଭଦାୟକ ଗୁଣ ରହିଛି। କମଳା ଚୋପାକୁ ଗୁଣ୍ଡ କରି ବ୍ୟବହାର କରି ପାରିବେ। ଅନେକ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ। କମଳା ପାଖୁଡା ସହ ଏହାର ଗୁଣ୍ଡରେ ଦଶ ଗୁଣା ଅଧିକ ଭିଟାମିନ ରହିଥାଏ। କମଳା ଚୋପା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ତେବେ ଜାଣନ୍ତୁ କିଭଳି ଏହାକୁ ଖାଦ୍ୟ ଓ ପାନୀୟରେ ସାମିଲ କରିବେ। ସେହିପରି ଏକ ସହଜ ଉପାୟ ହେଉଛି ଚା’।
ଆଜ୍ଞା ହଁ କମଳାକୁ ଆପଣ ଚା’ ପ୍ରସ୍ତୁତ କରି ବ୍ୟବହାର କରିପାରିବେ।କମଳା ଚା’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଗରମ କରନ୍ତୁ। ପାଣି ଫୁଟିବା ପରେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏବେ କମଳା ଚୋପାକୁ ଏହି ପାଣିରେ ପକାନ୍ତୁ। ୧୦ ମିନିଟ ଯାଏଁ ଏହାକୁ ଢାଙ୍କୁଣୀ ଦେଇ ଘୋଡାନ୍ତୁ। ଏବେ ଏହାକୁ ଛାଣି ମହୁ ମିଶାଇ ପିଅନ୍ତୁ।
କମଳା ଚୋପା କୋଲେଷ୍ଟେରୋଲ୍‍ ସ୍ତରକୁ ନିୟନ୍ତ୍ରଣ କରି ରଖିଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ। ଦୁଶ୍ଚିନ୍ତା ଦୂର କରିଥାଏ। ପାଚନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏସିଡିଟି ଦୂର କରିଥାଏ। ଓଜନ ହ୍ରାସ ସହ ହୃଦୟକୁ ସୁସ୍ଥ ରଖିଥାଏ। ହାଡକୁ ସୁସ୍ଥ ରଖିଥାଏ। ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories