www.samajalive.in
Sunday, December 7, 2025
26.1 C
Bhubaneswar

ବରିଷ୍ଠ ସାମ୍ବାଦିକ ରବିଶ ତିଓ୍ବାରୀଙ୍କ ପରଲୋକ

ନୂଆଦିଲ୍ଲୀ: ଜଣାଶୁଣା ସମ୍ବାଦିକ ରବିଶ ତିୱାରୀଙ୍କ ପରଲୋକ ହୋଇଛି । ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିିଛନ୍ତି । ମାତ୍ର ୪୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ବେଳେ, କର୍କଟ ରୋଗରେ ସେ ଆକ୍ରାନ୍ତ ଥିଲେ । ୨୦୨୦ରୁ ତାଙ୍କୁ କର୍କଟ ହୋଇଥିବା ନେଇ ଜଣାପଡ଼ିଥିଲା । ପରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଆଜି ତାଙ୍କର ପରଲୋକ ହୋଇଛି । ରବିଶ ତିୱାରୀ ବିଭିନ୍ନ ଜାତୀୟ ଗଣମାଧ୍ୟମରେ କାମ କରିଥିଲେ । ଇଣ୍ଡିଆ ଟୁଡେ, ଇକୋନମିକ ଟାଇମସରେ କାମ କରି ନିଜର ଦକ୍ଷତା ଦେଖାଇଥିଲେ । ଆଇଆଇଟି ବମ୍ବେରୁ ଇଞ୍ଜିନିୟରିଂରେ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିବା ସହ ଅକ୍ସଫୋର୍ଡ଼ ୟୁନିଭର୍ସଟି ମଧ୍ୟ କମ୍ପାଏରଟିଭ୍ ସୋସିଆଲ ସାଇନ୍ସ ବିଷୟରେ ଅଧ୍ୟୟନ କରିଥିଲେ ରବିଶ । ରବିଶ ତାଙ୍କ ସାମ୍ବାଦିକତା ସମୟରେ ବେଶ ସକ୍ରିୟ ଥିଲେ । ରାଜନୈତିକ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବେଶ ଭଲ ସାମ୍ବାଦିକତା କରୁଥିଲେ । ତାଙ୍କ ଦେହାନ୍ତରେ ସାରା ସାମ୍ବାଦିକ ଜଗତରେ ଶୂନ୍ୟସ୍ଥାନ ପୂରଣ ହୋଇଛି । ରବିଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories