www.samajalive.in
Monday, December 8, 2025
27.1 C
Bhubaneswar

ଗୋଟିଏ ଛାତ ତଳେ ମିଳିବ ୪ ହଜାରରୁ ଅଧିକ ଫ୍ୟାଶନ ଲାଇଫ୍ ଷ୍ଟାଇଲ୍ ସାମଗ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ‘ଲାଟ୍ ଲିଭ୍’ର ପ୍ରଥମ ଏକ୍ସକ୍ଲୁସିଭ୍ ଷ୍ଟୋର୍ ଉଦଘାଟିତ ହୋଇଯାଇଛି। ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରି ଷ୍ଟୋରରେ ଥିବା ସାମଗ୍ରୀ ଗୁଡ଼ିକର ପ୍ରଶଂସା କରିଥିଲେ। ରାଜଧାନୀ ବାସିନ୍ଦାଙ୍କ ଚାହିଦାକୁ ଏହି ଷ୍ଟୋର୍ ପୂରଣ କରିପାରିବ ବୋଲି ସେ କହିଥିଲେ। ଏହି ଅବସରରେ ଷ୍ଟୋରର ନିର୍ଦ୍ଦେଶକ ସିଲ୍ଲା ରାମାରାଓ ଓ ନିର୍ଦ୍ଦେଶିକା ସିଲ୍ଲା ସରୋଜା କହିଛନ୍ତି ସାରା ଭାରତରେ ‘ଲାଟ୍ ଲିଭ୍’ର ୩୦ରୁ ଅଧିକ ଶାଖା ଥିବାବେଳେ ଭୁବନେଶ୍ୱରରେ ପ୍ରଥମ କରି ଖୋଲାଯାଇଛି। ଏହି ଷ୍ଟୋରରେ ସମସ୍ତ ପ୍ରକାର ସାମଗ୍ରୀ ସୁଲଭ ମୂଲ୍ୟରେ ଗ୍ରାହକ ପାଇପାରିବେ। ଷ୍ଟୋରରେ ଗ୍ରାହକମାନଙ୍କୁ କିଣିବା ସମୟରେ ଏକ ସ୍ୱତନ୍ତ୍ର ଅନୁଭୂତି ମିଳିବ। ଆଗାମୀ ଦିନରେ ସାରା ଓଡ଼ିଶାରେ ଏହାର ଶାଖା ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବ୍ରାଣ୍ଡ ରିପ୍ରେଜେଣ୍ଟେଟିଭ୍ ଛାୟା ଠାକେରଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

କଳ୍ପନା ଉତ୍କଳ କନିକା ଗ୍ୟାଲେରିଆ ମଲ୍ ପରିସରରେ ଶୁଭାରମ୍ଭ ହୋଇଥିବା ଏହି ଷ୍ଟୋରରେ ୪ ହଜାରରୁ ଊର୍ଦ୍ଧ୍ବ ଫ୍ୟାଶନ୍ ଲାଇଫ୍ ଷ୍ଟାଇଲର ସାମଗ୍ରୀ ଉପଲବ୍ଧ ରହିଛି। ଯେଉଁଥିରେ ଫ୍ୟାଶନ୍, ବିୟୁଟି, ଷ୍ଟେସ୍ନାରୀ, ଡ଼ିଜିଟାଲ୍, କିଚେନ୍, ଗିଫ୍ଟ, ପିଲାଙ୍କ ଆନୁଷଙ୍ଗିକ ସହ ଘର ଉପକାରଣ ସାମଗ୍ରୀ ରହିଛି। ସବୁଠୁ ବଡ଼ କଥା ହେଲା ୨ ଶହରୁ ଅଧିକ କ୍ଲାସିକ୍ ସାମଗ୍ରୀ ଏଠାରେ ମିଳିପାରିବ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories