www.samajalive.in
Monday, December 8, 2025
20.1 C
Bhubaneswar

ଧାମରା ଅଞ୍ଚଳରେ ୩ଟି ସ୍ଥାନରେ ବୁଥ ର‍ିଗିଂ, ପୁଲିସ ନୀରବଦ୍ରଷ୍ଟା

ଧାମରା: ଧାମରା ଅଞ୍ଚଳରେ ଶୁକ୍ରବାର ଅନୁଷ୍ଠିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ କିଛି ଅଂଚଳରେ ବୁଥ ର‍ିଗିଂ ହୋଇଥିବା ଜଣାଯାଇଛି। ଏଥି ମଧ୍ୟରୁ ଧାମରା ପଂଚାୟତରେ ଥିବା ଗୋବିନ୍ଦପୁରରେ ୯ ଏବଂ ୧୦ନଂ ଓ୍ବାର୍ଡରେ ଶାସକ ଦଳର କିଛି ଲୋକ ବୁଥ ର‍ିଗିଂ କରି ସମସ୍ତ ଭୋଟ ଦେଉଥିବା ବେଳେ ଧାମରା ବିକାଶ ମଂଚ ପକ୍ଷରୁ ପ୍ରାର୍ଥିନୀ ହୋଇଥିବା ଶାନ୍ତିଲତା ମାଝୀ ଏବଂ ତାଙ୍କ ପୁଅ ବାପୁଜୀ ମାଝୀ ଯାଇ ଏହି କଥାକୁ ବିରୋଧ କରିବାରୁ ସେମାନଙ୍କୁ ଶାସକ ଦଳ ରକିଛି ବ୍ୟକ୍ତି ଠେଲାପେଲା କରିଥିଲେ ବୋଲି ପ୍ରାର୍ଥିନୀ ଶାନ୍ତିଲତା ମାଝୀ ଅଭିଯୋଗ କରିଛନ୍ତି। ସେହିପରି ଧାମରା ୬ନଂ ଓ୍ବାର୍ଡରେ ଭୋଟିଂ ଚାଲିଥିବା ବେଳେ ବହୁ ପ୍ରାର୍ଥିନୀ ଲାଇନରେ ଠିଆ ହୋଇଥିବା ଭୋଟରମାନଙ୍କୁ ଖୁଲମ ଖୁଲା ଭୋଟ ଦେବାକୁ କହୁଥିଲେ। ଏନେଇ ଧାମରା ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କ ସହ ଯୋଗାଯୋଗ କରିବାରୁ ସେ ଯାଇ ସେଠାରେ ଡ୍ୟୁଟି କରି ପାରିବେ ନାହିଁ ଏବଂ ତୁମେ ପ୍ରିଜାଇଡିଂ ଅଫିସରକୁ ଏହି ଅନିୟମିତତା ବିଷୟରେ କୁହ ବୋଲି କହିଥିଲେ। ସେହିପରି ଜାଗୁଳା ପଂଚାୟତରେ ଥିବା ୧୧ନଂ ଭୋଟ ଚାଲିଥିବା ଜୟଦୁର୍ଗା ପାଟଣା ବିଦ୍ୟାଳୟରେ ଶାସକ ଦଳର ନେତା ମାନେ ବିଦ୍ୟାଳୟ ଆଗରେ ବସି ନିଜ ଲୋକ ମାନଙ୍କୁ ଭୋଟ ଦେବାକୁ ଆକର୍ଷଣୀୟ କଥା କହୁଥିବା ନଜରକୁ ଆସିଥିଲା। ଏଥିସହ ସେଠାରେ ଥିବା ପୁଲିସ ପ୍ରଶାସନ ଏଥିରେ ନୀରବତା ପ୍ରକାଶ କରୁଥିଲା। ଏହି ବୁଥରେ ଅପରାହ୍ନ ୧ଟା ପରେ ମଧ୍ୟ ଶାସକ ଦଳର କିଛି ଲୋକ ଜୋର ଜବରଦସ୍ତ ଯାଇ ଭୋଟ ଦେବା ନଜରକୁ ଆସିଥିଲା। ମାତ୍ର ପୁଲିସ ପ୍ରଶାସନ କେବଳ ନୀରବଦ୍ରଷ୍ଟା ସାଜିଥିଲା। ସେହିପରି ଦୋସିଙ୍ଗା ପଂଚାୟତ ଅଧିନସ୍ଥ ପ୍ରଦ୍ୟୁତ ନଗରଠାରେ ଚାଲିଥିବା ବୁଥରେ ଶାସକଦଳର ଲୋକମାନେ ଯାଇ ରିଗିଂ କରି ଭୋଟ ଦେଉଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ସରପଞ୍ଚ ପ୍ରାର୍ଥୀ ହୋଇଥିବା ନରେନ୍ଦ୍ର ମାଇତି ଏହି କଥାକୁ ବିରୋଧ କରିଥିଲେ ଏବଂ ପ୍ରିଜାଇଡିଂ ଅଫିସରଙ୍କ ଦୃଷ୍ଟିକୁ ଆଣିବା ପରେ ଭୋଟ ଦାନ ଠିକ ଚାଲିଥିଲା ମାତ୍ର ସେତେବେଳକୁ ଶାସକ ଦଳ ପକ୍ଷରୁ ବହୁ ଭୋଟ ରିଗିଂ ହୋଇଥିବା ଅଭିଯୋଗ ହୋଇଛି। ଧାମରା ଅଂଚଳରେ ୫ନଂ ଜୋନରେ ଥିବା ୧୦୦ଟି ଭୋଟ ଦାନ କେନ୍ଦ୍ରରେ ଭୋଟହାର ଶତକଡା ୮୦ପ୍ରତିଶତ ହୋଇଥିବା ବେଳେ ୪ନଂ ଜୋନ ବାଂଶଡା ପଂଚାୟତରେ ୧୨ଟି ବୁଥରେ ୮୪ପ୍ରତିଶର ମତଦାନ ଶାନ୍ତିଶୃଙ୍ଖଳାର ସହ ହୋଇଯାଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories