www.samajalive.in
Monday, December 8, 2025
20.1 C
Bhubaneswar

ସାମଗ୍ରିକ ଟିକାକାରଣ ୧୭୩ କୋଟି ୩୬ ଲକ୍ଷ ଟପିଲା

ନୂଆଦିଲ୍ଲୀ :  ଦେଶବ୍ୟାପୀ ଚାଲିଥିବା ବିଶ୍ବର ସର୍ବ ବୃହତ  ଟିକାକରଣ ଅଭିଯାନ ୩୯୫ ଦିନ​ ପୂରଣ କରିବାକୁ ଯାଉଛି । ଇତି ମଧ୍ୟରେ‌ ସାମଗ୍ରିକ କୋଭିଡ୍‍ ଟିକାକରଣ ୧୭୩ କୋଟି ୩୬ ଲକ୍ଷ ଟପିଛି । ସୋମବାର ରାତି ସନ୍ଧ୍ୟା ସୁଦ୍ଧା ୧୭୩ କୋଟି ୩୬ ଲକ୍ଷ ୨୯ ହଜାର ପାନରୁ ଅଧିକ ଟିକା ଦିଆଯାଇଛି। ଏଥିରେ ୯୫ କୋଟି ୯୧ ଲକ୍ଷ ୮୨ ହଜାରରୁ ଅଧିକ ପ୍ରଥମ ପାନ, ୭୫ କୋଟି ୭୬ ଲକ୍ଷ ୮୨ ହଜାରରୁ ଅଧିକ ଦ୍ୱିତୀୟ ପାନ ଏବଂ ୧ କୋଟି ୬୭ ଲକ୍ଷ ୬୫ ହଜାରରୁ ଅଧିକ ପ୍ରତିଷେଧାତ୍ମକ ପାନ ଦିଆଯାଇଛି । କେବଳ ଆଜି ଗୋଟିଏ ଦିନରେ ଏପର୍ଯ୍ୟନ୍ତ ୪୪ ଲକ୍ଷ ୫୬ ହଜାରରୁ ଅଧିକ ପାନ ଟିକା ଦିଆଯାଇ ଥିବାବେଳେ ୧୫ରୁ ୧୭ ବର୍ଷ ବୟସ ବର୍ଗର କିଶୋରଙ୍କୁ ୧୬ ଲକ୍ଷ ୩୭ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି ।
ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୫ କୋଟି ୯୪ ଲକ୍ଷ ୯୮ ହଜାର ୮୯୩ ପାନ ଟିକା ଦିଆଯାଇଛି । ଏଥିରେ ୩ କୋଟି ୨୫ ଲକ୍ଷ ୧୦ ହଜାରରୁ ଅଧିକ ପ୍ରଥମ ପ୍ରଥମ ପାନ, ୨ କୋଟି ୬୨ ଲକ୍ଷ ୫୩ ହଜାରରୁ ଅଧିକ ଦ୍ୱିତୀୟ ପାନ, ୭ ଲକ୍ଷ ୩୪ ହଜାରରୁ ଅଧିକ ପ୍ରତିଷେଧାତ୍ମକ ପାନ ଦିଆଯାଇଛି । ଆଜି ଗୋଟିଏ ଦିନରେ ୧ ଲକ୍ଷ ୬୬ ହଜାର ୪୮୬ ପାନ ଟିକା ଦିଆଯାଇଥିବା ସୂଚନା ମିଳିଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories