www.samajalive.in
Tuesday, December 9, 2025
16.1 C
Bhubaneswar

ଋଷିକୂଲ୍ୟା ମୁହାଣ ବେଳାଭୂମିରେ ସ୍ବଚ୍ଛତା କାର୍ଯ୍ୟକ୍ରମ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ବନ୍ଧ ନିକଟ ଋଷିକୂଲ୍ୟା ମୁହାଣ ଅଞ୍ଚଳ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ବଙ୍ଗୋପ ସାଗର ଋଷିକୂଲ୍ୟା ମୁହାଣ ଉପକୂଳ ବେଳାଭୂମି ଅଲିଭ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ସ୍ଥଳୀ ଭାବରେ ସ୍ଵତନ୍ତ୍ର ଭାବେ ବିଶ୍ୱରେ ପରିଚିତ। କିନ୍ତୁ ପର୍ଯ୍ୟଟକଙ୍କ ଦାୟୀତ୍ୱହୀନ ମନୋଭାବ ଯୋଗୁଁ ସେଠାରେ ପ୍ଲାଷ୍ଟିକ ସାମଗ୍ରୀ, ସୂତା, ଖାଇବା ଥାଳି ,ପାଣି ବୋତଲ ଭଳି ଅନେକ ସାମଗ୍ରୀ ପଡ଼ିବା ଓ ଖଣ୍ଡିଆ ଜାଲ ପଡିବା ଫଳରେ ଅଲିଭ ରିଡଲେ କଇଁଚ୍ଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଏବଂ ସମୁଦ୍ର ମଧ୍ୟରେ ସେମାନଙ୍କ ମିଳନ ପ୍ରକ୍ରିୟାରେ ଅସୁବିଧା ସୃଷ୍ଟି ହେଉଛି । ଆଗାମୀ ଦିନରେ ସାମୁଦ୍ରିକ କଇଁଚ୍ଛଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ପ୍ରକ୍ରିୟାକୁ ଲକ୍ଷ୍ୟ ରଖି ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଗଞ୍ଜାମ ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଦିଗଦର୍ଶନ ୟୁଥ୍ କ୍ଳବ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବନ ବିଭାଗ କର୍ମଚାରୀ, ସାଗରକନ୍ୟା ୟୁଥ୍ କ୍ଳବ୍, ଓ ୟୁଥ୍ ଫର୍ ଭିଲେଜ ପ୍ରମୁଖ ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା ଓ ସ୍ବେଛାସେବୀ ଯୋଗଦେଇ ବଟେଶ୍ୱର ଠାରୁ ପୋଡାମପେଟା ଗ୍ରାମ ପର୍ଯ୍ୟନ୍ତ ବେଳାଭୂମିକୁ ସଫେଇ କରିବା ସହ ଉପସ୍ଥିତ ପର୍ଯ୍ୟଟକଙ୍କୁ ସଚେତନ କରିଥିଲେ । ଶେଷରେ ଦିଗ୍ ଦର୍ଶନ ୟୁଥ୍ କ୍ଳବ୍ ସଭାପତି ତଥା କାର୍ଯ୍ୟକ୍ରମ ମୁଖ୍ୟ ସଂଯୋଜକ ଉମାକାନ୍ତ ବେହେରାଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ସଭାରେ ବନବିଭାଗ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ମୁଖ୍ୟ ଅତିଥି ଏବଂ ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ ସମ୍ମାନିତ ଅତିଥି ଓ ୟୁଥ୍ ଫର୍ ଭିଲେଜ ପ୍ରତିଷ୍ଠାତା ଡି. ଦେବହରି ରେଡ଼ି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଦିଗଦର୍ଶନ ୟୁଥ୍ କ୍ଳବ୍ ସମ୍ପାଦିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହକୁଡ, ଉପ ସଭାପତି ରାକେଶ ନାୟକ ସହ ସଂପାଦକ ସୁଦର୍ଶନ ପାଢ଼ୀ, ସାଗରକନ୍ୟା ୟୁଥ୍ କ୍ଳବ୍ ସଭାପତି ଜେ. ଟୁଟୁ, ବି.ବାବାଜୀ ୟୁଥ୍ ଫର୍ ଭିଲେଜ୍ ପୂର୍ବତନ ସଭାପତି ଚୈତନ୍ୟ ରେଡ଼ି, ଶ୍ରୀମତୀ ଜି. ଗଙ୍ଗା, ଡି. ବ୍ରିଶାଙ୍କ ରେଡ଼ି, ଅନିଲ ସେଠୀ, ଦୀପକ ଗୌଡ, ବଳିଆ ସେଠୀ, ଜିତୁ ସାହୁଙ୍କ ସମେତ ବହୁ ସ୍ବେଛାସେବୀ ଏହି ସ୍ଵଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବି.କ୍ରୀଷ୍ଣା ରାଓ, କୃଷ୍ଣ ଚନ୍ଦ୍ର ବେହେରା, କେ.ଦିନେଶ, ରାଜେଶ କୁମାର ବେହେରା, ପ୍ରସାଦ କୁମାର ବେହେରା, ଜି.କ୍ରୀଷ୍ଣା, ଟି.ସୋମନାଥ ରାଓ, ଜଗନ୍ନାଥ ଦାସ ପ୍ରମୁଖ ବନ କର୍ମଚାରୀ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories