ବାଙ୍ଗାଲୋର : ଦ୍ବିତୀୟ ଦିନ ପାଇଁ ବିଶ୍ବର ସବୁଠାରୁ ଧନଶାଳୀ ପେସାଦାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ମେଗା ନିଲାମ ୨ୟ ଦିନ ପାଇଁ ଜାରି ରହିଛି। ଏଥିରେ ଓଡ଼ିଆ କ୍ରିକେଟର ଶୁଭ୍ରାଶୁଂ ସେନାପତି ଚେନ୍ନାଇ ସୁପରକିଙ୍ଗରେ ସ୍ଥାନ ପାଇଛନ୍ତି । ଚେନ୍ନାଇ ସୁପରକିଙ୍ଗ ଶୁଭ୍ରାଶୁଂଙ୍କୁ ୨୦ଲକ୍ଷରେ କିଣିଛି। ଯାହା ଓଡିଆ କ୍ରିକେଟପ୍ରେମୀଙ୍କ ମନରେ ଆନନ୍ଦ ଆଣି ଦେଇଛି । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ବର୍ତ୍ତମାନ ଓଡ଼ିଶା ରଣଜୀ ଦଳର ନେତୃତ୍ବ ନେଉଛନ୍ତି।
ଚଳିତ ବର୍ଷ ଆଇପିଏଲ୍ରେ ୧୦ଟି ଦଳ ଖେଳିବାକୁ ଥିବାରୁ ଅଧିକ ଖେଳାଳୀ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ରବିବାର ନିଲାମର ଦ୍ବିତୀୟ ଦିନରେ ବାକି ରହିଯାଇଥିବା ଖେଳାଳୀଙ୍କ ନିଲାମ କରାଯାଉଛି । ଦ୍ୱିତୀୟ ଦିନରେ ପଞ୍ଜାବ କିଙ୍ଗସ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଲିଆମ ଲିଭିଂଷ୍ଟୋନଙ୍କୁ ସବୁଠାରୁ ଦାମୀ ଖେଳାଳୀ ଭାବେ ୧୧.୫୦ କୋଟିରେ କିଣିଛି ।



