www.samajalive.in
Monday, December 8, 2025
27.1 C
Bhubaneswar

କନ୍ଧମାଳ ଜିଲ୍ଲା ମୁଖ୍ୟ କାରାଗାରରେ କଏଦୀର ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ମୁଖ୍ୟ କାରାଗାରରେ ସଜା କାଟୁଥିବା ଜଣେ କଏଦୀର ମୃତ୍ୟୁ ହୋଇଛି । ତାର ସ୍ୱାସ୍ଥ୍ୟ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତ କଏଦୀର ନାଁ କାହ୍ନୁ ଚରଣ ପ୍ରଧାନ । ସେ ୧୦,୭,୨୦୧୬ ମସିହାରେ ଦାରିଙ୍ଗବାଡ଼ି ବ୍ଲକର କିରକ୍ଷମହାରେ ହତ୍ୟା ମାମଲରେ ଜେଲରେ ସଜା କାଟୁଥିଲା । ପରେ ପୁଣି କଏଦୀ କାହ୍ନୁ ୧.୧୨.୨୦୧୮ ମସିହାରେ ମୁଖ୍ୟ କାରାଗାରରେ ଲକ୍ଷ୍ମଣ ନାୟକ ନାମକ ଜଣେ କାଇଦୀକୁ ହତ୍ୟା କରିଥିଲା । ତେବେ ଗତକାଲି କାହ୍ନୁ ଚରଣ ପ୍ରଧାନର ଦେହ ଅସୁସ୍ଥ ହେବାରୁ ଡାକ୍ତର କାରାଗାରରେ ଚିକିତ୍ସା କରୁଥିଲେ ।

ହେଲେ ତାର ଦେହ ଅଧିକ ଖରାପ ହୋବରୁ ତାକୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୧୦ଟାରେ ତାର ମୃତ୍ୟୁ ହୋଇଛି । ମୃତ୍ୟୁ ହେବା ପରେ ମାଜିଷ୍ଟ୍ରେଟ୍‍ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories