www.samajalive.in
Tuesday, December 9, 2025
16.1 C
Bhubaneswar

୨୦୨୦-୨୧ ଶିକ୍ଷାବର୍ଷ ସୁଦ୍ଧା ଏକ ଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ: ଏବିଭିପି

ଭୁବନେଶ୍ୱର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଓଡ଼ିଶାର ୪୬ତମ ରାଜ୍ୟ ଅଧିବେଶନ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ପ୍ରାୟ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଏହି ଅଧିବେଶନରେ ଯୋଗଦେଇ­­­­­­­ଥିଲେ। ୨୦୨୨-୨୦୨୩ ଶିକ୍ଷାବର୍ଷ ପାଇଁ ରାଜ୍ୟସଭାପତି ଭାବରେ ଅଧ୍ୟାପିକା ଗାର୍ଗୀ ବାନାର୍ଜୀ ତଥା ରାଜ୍ୟ ସମ୍ପାଦକ ଭାବରେ ଛାତ୍ରନେତା ସୌଭାଗ୍ୟ ମହାନ୍ତି ପୁନଃ ନିର୍ବାଚିତ ହୋଇଛନ୍ତି। ଏହି ଅଧିବେଶନରେ ଗତବର୍ଷର ରାଜ୍ୟକାର୍ୟ୍ୟକାରିଣୀ ଭଙ୍ଗ କରାଯିବା ସହିତ ନୂତନ ରାଜ୍ୟ କାର୍ୟ୍ୟକାରିଣୀ ଗଠନ ହୋଇଥିଲ।
ଏଥିରେ ଏବିଭିପିର ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ଶ୍ରୀନିବାସ ଏବଂ ଗୋବିନ୍ଦ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ଅଧିବେଶନରେ ଶିକ୍ଷାସ୍ଥିତି ଓ ରାଜ୍ୟସ୍ଥିତିକୁ ନେଇ ଦୁଇଟି ପ୍ରସ୍ତାବ ପାରିତ ହୋଇଥିଲା। ରାଜ୍ୟରୁ ଅନେକ କ୍ରୀଡାବିତ ରାଜ୍ୟପାଇଁ ଅନେକ ଗର୍ବ ଓ ଗୌରବ ଅଣୁଥିବାରୁ ରାଜ୍ୟରେ ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ଏବିଭିପି ଓଡିଶା ଦାବିରଖିଛି। ଏହା ସହିତ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଖାଲିପଡିଥିବା ଅଧ୍ୟାପକ ଓ ଅଣ ଅଧ୍ୟାପକ ପଦବୀକୁ ତୁରନ୍ତ ପୁରଣ କରିବା ପାଇଁ ପଦକ୍ଷେପ ନିଅନ୍ତୁ। ୨୦୨୦-୨୧ ଶିକ୍ଷାବର୍ଷ ସୁଦ୍ଧା ଏକ ଲକ୍ଷ ଛାତ୍ର ଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ। ଏଣୁ ସେମାନଙ୍କୁ କ୍ୟାମ୍ପସକୁ ଫେରାଇ ଆଣିବାର ସଫଳ ରୂପାୟନ କରିବାକୁ ସରକାରଙ୍କୁ ଦାବି କରାଯାଇଅଛି। ସାମାଜିକ ସ୍ତରରେ ନାରୀର ସୁରକ୍ଷା ପାଇଁ ବ୍ୟଥିତ ହୋଇଛି ଏବିଭିପି। କଳାହାଣ୍ଡିର ମମତା ମେହେର ଘଟଣାରେ ସରକାରଙ୍କ ନିରବଦ୍ରଷ୍ଟା ସମଗ୍ର ରାଜ୍ୟ ପାଇଁ ନିନ୍ଦାର ବିଷୟ। ଏଣୁ ସମସ୍ତ ଥାନାରେ ମହିଳା ସହାୟକ କେନ୍ଦ୍ର ପ୍ରତିଷ୍ଠା ସହ ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣିର ବ୍ୟବସ୍ଥା କରାଯାଉ। ରାଜ୍ୟର ସୀମାଵର୍ତ୍ତି ଅଞ୍ଚଳ ଗୁଡିକର ବିକାଶ ପାଇଁ ତଥା ରାଜ୍ୟ ପର୍ୟ୍ୟଟନ ଶିଳ୍ପର ପୁନରୁଦ୍ଧାର ପାଇଁ ସରକାର ଧ୍ୟାନ ଦିଅନ୍ତୁ ବୋଲି ଏବିଭିପି ଦାବି କରିଛି।
ରାଜ୍ୟ ଉପ ସଭାପତି ଭାବେ ଅଜିତ କୁମାର ଦଳାଇ, ଶିବ ପ୍ରସାଦ ତ୍ରିପାଠୀ, ଡା. ଅକ୍ଷୟ ରଥ, ସୌମେନ୍ଦ୍ର ସ୍ବାଇଁଙ୍କୁ ଦାଇତ୍ୱ ମିଳିଥିବା ବେଳେ ରାଜ୍ୟ ସହ ସମ୍ପାଦକ ଭାବେ ଅରିଜିତ ପଟ୍ଟନାୟକ, ବିଜୟ କଲତା, ଦୀପ୍ତିମୟୀ ପ୍ରତିହାରୀ, ଗୋପୀନାଥ ଟୁଡୁ, ସ୍ୱରାଜ ମିଶ୍ରଙ୍କୁ ଦାଇତ୍ୱ ମିଳିଛି। ସେହିଭଳି ବିଭିନ୍ନ ଆୟାମ ଓ ଗତିବିଧିର ଦାଇତ୍ୱ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ରାଜ୍ୟ ସହ ସମ୍ପାଦକ ଅରିଜିତ ପଟ୍ଟନାୟକ, ବିଜୟ କଲତା, ଦିପ୍ତିମୟୀ ପ୍ରତିହାରୀ, ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସଦସ୍ୟ କବିତା କହ୍ନର, ମହାନଗର ସମ୍ପାଦକ ପ୍ରିୟରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories