www.samajalive.in
Monday, December 8, 2025
17.1 C
Bhubaneswar

ମାଓବାଦୀ ବଦଳାଉଛନ୍ତି ଶୈଳୀ, ସତର୍କ ରୁହନ୍ତୁ : ଆଇଜି

ସମ୍ବଲପୁର : ନିର୍ବାଚନ ସମୟରେ ମାଓବାଦୀ ତାଙ୍କ କାର୍ଯ୍ୟଶୈଳୀ ବଦଳାଉଛନ୍ତି । ଶନିବାର ପୁଲିସ ପାଇଁ ବିଛାଯାଇଥିବା ଆଇଇଡିରେ ଜଣେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ମୃତ୍ୟୁ ଘଟିଥିଲା। ମାଓବାଦୀ ସେମାନଙ୍କ ଶୈଳୀ ବଦଳାଉଥିବାରୁ ଖବର ସଂଗ୍ରହ ସମୟରେ ସମସ୍ତ ସାମ୍ବାଦିକ ସତର୍କ ରହିବାକୁ ଆରକ୍ଷୀ ନୀରିକ୍ଷକ (ଉତ୍ତର ପ୍ରଭାଗ) ଡ. ଦୀପକ କୁମାର ପରାମର୍ଶ ଦେଇଛନ୍ତି। ମାଓବାଦୀମାନେ ପ୍ରକୃତରେ ପୁଲିସକୁ ଲକ୍ଷ୍ୟ କରି ଆଇଇଡି ବିଛାଇଥାନ୍ତି; କିନ୍ତୁ ପୁଲିସ ଏଦିଗରେ ସତର୍କ ରହି ବିଭିନ୍ନ ଯାଞ୍ଚ ପ୍ରକ୍ରିୟା ପରେ ଯାଇ ପୋଷ୍ଟର ବ୍ୟାନର ଆଦିକୁ ହଟାଇଥାଏ। ତେଣୁ ସାମ୍ବାଦିକମାନେ ମଧ୍ୟ ଏଦିଗରେ ବିଶେଷ ଯତ୍ନବାନ ହେବା ଆବଶ୍ୟକତା ରହିଛି।

ରୋହିତ ବିଶ୍ବାଳଙ୍କୁ ସହିଦ ଘୋଷଣା ଏବଂ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଓୟୁଜେ ସମ୍ବଲପୁର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଇଜି ଡ. କୁମାରଙ୍କୁ ଦେବା ପରିପ୍ରେକ୍ଷୀରେ ସେ ଏହା କହିଥିଲେ। ମୋହନଗିରି ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁରେ ଆଇଜି ଡ. କୁମାର ଗଭୀର ଦୁଃଖପ୍ରକାଶ କରିଥିଲେ। ଏହାସହ ମାଓବାଦୀମାନେ ହିଂସାର ପଥ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି।
ଆଇଜି ଡ. କୁମାର କହିଲେ ଯେ, ୨୦୦୯ ନିର୍ବାଚନ ସମୟରେ ପୋଷ୍ଟର ବା ବ୍ୟାନର ପଛରେ ମାଓବାଦୀମାନେ ସିରିଞ୍ଜ ସର୍କିଟ୍‌ ବ୍ୟବହାର କରୁଥିଲେ। ଚଳିତ ନିର୍ବାଚନରେ ସେମାନେ ତାଙ୍କ ଶୈଳୀ (ମୋଡସ୍‌ ଅପରେଣ୍ଡି) ବଦଳାଇ ଯେଉଁଠି ପୋଷ୍ଟର ବା ବ୍ୟାନର ଲଗାଉଛନ୍ତି ତାହାର ପ୍ରାୟ ୧୦ରୁ ୨୦ ମିଟର ପରିସୀମାରେ ଆଇଇଡି ଲଗାଉଛନ୍ତି । ପୂର୍ବରୁ ମାଓବାଦୀ ପୋଷ୍ଟର ଲଗାଇଲେ ପୁଲିସ ସେହି ପୋଷ୍ଟର କାଢ଼ୁଥିଲା। ତେବେ, ସିରିଞ୍ଜ ସର୍କିଟ୍ ବ୍ୟବହାର ପରେ ପୁଲିସ ସତର୍କ ହୋଇଯାଇଥିବାରୁ ମାଓବାଦୀ ବାରମ୍ବାର ତାଙ୍କ କାର୍ଯ୍ୟଶୈଳୀ ବଦଳାଉଛନ୍ତି। ପୁଲିସ ପୋଷ୍ଟରକୁ ନହଟାଇ ସତର୍କ ହୋଇ ତାହାର ଆଗପଛ ପାଖ ଦୂରରୁ ଦେଖୁଛି।  କଳାହାଣ୍ଡି ଜିଲା ମୋହନଗିରିରେ ଯେଉଁ ବିସ୍ଫୋରଣ ହେଲା ତାହା ପୁଲିସ ପାଇଁ ଲଗାଯାଇଥିଲା । ଖବର ସଂଗ୍ରହ କରିବାକୁ ସାମ୍ବାଦିକ ଜଣକ ଯାଇ ଏହାର ଶିକାର ହେଲେ। ବରଗଡ଼ ଓ ବଲାଙ୍ଗିର ଜିଲାରେ ମାଓବାଦୀ ଦୁର୍ବଳ ହୋଇଥିବାରୁ ସେମାନେ ତାଙ୍କ ଦଳ ବଢ଼ାଇବା ସହ ଭୟ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି । ସାମ୍ବାଦିକମାନଙ୍କ ପାଇଁ ଖବର ଓ ଫଟୋଚିତ୍ର (ଭିଜୁଆଲ) ଆବଶ୍ୟକ ତେବେ ସମସ୍ତେ ସତର୍କ ରହିବା କଥା। କୌଣସି ପୋଷ୍ଟର ବା ବ୍ୟାନର ଲଗାଇଥିଲେ ତାହା ପାଖକୁ ଯିବେ ନାହିଁ କାରଣ ସେମାନେ ତାଙ୍କ ଶୈଳୀ ବାରମ୍ବାର ବଦଳାଉଛନ୍ତି ବୋଲି ଆଇଜି କହିଥିଲେ। ଓଜେୟୁ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଦାବିପତ୍ରରେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କୁ ସହିଦ ଘୋଷଣା, ୫୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ, ପରିବାରର ଜଣକୁ ସରକାରୀ ଚାକିରୀ ଦେବା ସହିତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ଦାବି ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories