www.samajalive.in
Monday, December 8, 2025
27.1 C
Bhubaneswar

ଚା’ ନିଲାମ ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସର୍ବାଧିକ ଦାନ

ଆସାମ: ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସବୁଠାରୁ ଅଧିକ ଦାନ । ଚା’ ନିଲାମ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୯୯,୯୯୯ ଟଙ୍କା ଦାନ କଲେ ବିକ୍ରେତା । ମନୋହରୀ ଚା’ ଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ରାଜନ ଲୋହିୟା ଏକ ଚେକ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଦେଇଛନ୍ତି। ଲୋହିଆ କହିଛନ୍ତି ଯେ ମନୋହରି ଚା’ ବଗିଚାର ନିଲାମ ରେକର୍ଡ ଭାଙ୍ଗିଛି । ଏହାର ନିଲାମ ଦାମ ସରକାରଙ୍କ କଲ୍ୟାଣ ପାଣ୍ଠିକୁ ଦାନ କରାଯାଇଛି । ମନୋହରୀ ଗୋଲ୍ଡେନ ଚା’ ଗତ ବର୍ଷ ଡିସେମ୍ବର ୧୪ରେ ଗୁଆହାଟୀରେ ନିଲାମ କରାଯାଇଥିଲା । ଗୋଲ୍ଡେନ ଚା’ ୯୯,୯୯୯ ଟଙ୍କା ବିକ୍ରି ହେବା ପରେ ସରାକରଙ୍କୁ ସେହି ଅର୍ଥ ପ୍ରଦାନ କରାଯାଇଛି । ଦେଶରେ ଚା’ ବିକ୍ରି ଏବଂ କ୍ରୟରେ ଏହା ସର୍ବୋଚ୍ଚ ନିଲାମ । ପୂର୍ବରୁ ମନୋହରୀ ଗୋଲ୍ଡନ ଚା’ ଜୁଲାଇ ୨୦୧୯ ରେ କିଲୋଗ୍ରାମ ପିଛା ୫୦,୦୦୦ ଟଙ୍କାରେ ବିକ୍ରି ହୋଇଥିଲା, ସେହି ସମୟର ଏହି ଚା’ର ଦାମ୍‍ ସର୍ବାଧିକ ଥିଲା । ୨୦୧୮ ରେ ଏହି ଚା’ କିଲୋଗ୍ରାମ ପ୍ରତି ୩୯ ହଜାର ଟଙ୍କା ନିଲାମ ହୋଇଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories