www.samajalive.in
Monday, December 8, 2025
20.1 C
Bhubaneswar

ଆତ୍ମଭାରତ ଜରିଆରେ ଦେଶରେ ସୃୃଷ୍ଟି କରାଯାଇଛି ୬୦ଲକ୍ଷ ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ବଜେଟ୍‍ ପୂର୍ବରୁ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିବୃତି ରଖିଛନ୍ତି । ୨୦୨୨-୨୩ ବଜେଟ୍‍ ଉପସ୍ଥାପନା ପୂର୍ବରୁ ନିର୍ମଳା ବିଭିନ୍ନ ପ୍ରସଙ୍ଗ ନେଇ ନିଜର ବିବୃତି ରଖିଛନ୍ତି । ନିର୍ମଳା କହିଛନ୍ତି, ଚଳିତ ବର୍ଷର ଅଭିବୃଦ୍ଧି ହାର ୯.୨% ରହିଛି । ୨୦୧୪ରୁ ଲୋକଙ୍କ ସଶକ୍ତିକରଣ ଉପରେ ନଜର ଦେଇଛନ୍ତି ସରକାର । ଆତ୍ମଭାରତ ଜରିଆରେ ଦେଶରେ ୬୦ଲକ୍ଷ ନୂଆ ନିଯୁକ୍ତି ସୃୃଷ୍ଟି କରାଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଟିକାକରଣକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି ନିର୍ମଳା । ଦେଶରେ କରୋନା ସଂକ୍ରମଣ ଜାରି ରହିଛି । କରୋନାକୁ ମାତ୍‍ ଦେବାକୁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଡେବିଟ୍‍ ଜରିଆରେ ଲୋକଙ୍କ ନିକଟରେ  ଟଙ୍କା ପହଞ୍ଚାଉଛନ୍ତି ସରକାର । ଚଳିତ ବଜେଟରେ ସମାଜର ବିଭିନ୍ନ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ନିର୍ମଳା କହିଛନ୍ତି । ଲୋକଙ୍କୁ ସମସ୍ତ ସେବା ଯୋଗାଇ ଦେବାକୁ ସରକାର ସବୁବେଳେ ଚେଷ୍ଟା କରିଆସୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories