www.samajalive.in
Monday, December 8, 2025
20.1 C
Bhubaneswar

ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜାକୁ ମିଳିଲା ଅନୁମତି

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃୟାରୀ ମାସର କୋଭିଡ ନିୟମାବଳୀ। ଏଥିରେ ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରାଯାଇଥିବାବେଳେ ସ୍ବଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ନେଇ ସରସ୍ବତୀ ପୂଜା କରାଯାଇପାରିବ ବୋଲି ଉଲ୍ଲେଖ କରାଯାଇଛି। ଫେବୃୟାରୀ ପହିଲାରୁ ୨୮ ପର୍ଯ୍ୟନ୍ତ ଏହି ନିୟମାବଳୀ ଜାରି ରହିବ। ଯେହେତୁ ଫେବୃୟାରୀ ମାସରେ ସରସ୍ୱତୀ ପୂଜା ପଡୁଛି ତେଣୁ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ରୀତିନୀତି ଅନୁଯାୟୀ ମନ୍ଦିରରେ ସରସ୍ୱତୀ ପୂଜା ପାଳନ କରାଯିବ। ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜା ପାଳନ ପାଇଁ ଅନୁମତି ଦିଆଯାଇଛି। ଖୁବ କମ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା ପାଳନ କରାଯାଇପାରିବ। ତେବେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛାଡିଦେଲେ ସର୍ବସାଧାରଣରେ ସରସ୍ୱତୀ ପୂଜା ପାଳନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। କୋଭିଡ ନିୟମାବଳନୀ ଅନୁଯାୟୀ ଲୋକମାନେ ନିଜ ଘରେ ସରସ୍ୱତୀ ପୂଜା ପାଳନ କରିପାରିବେ। ସେହିପରି ବିନା ଭକ୍ତରେ ମନ୍ଦିରରେ ସରସ୍ୱତୀ ପୂଜା ପାଇଁ ଅନୁମତି ଦିଆଯାଇଛି।

ନୂଆ ନିୟମାବଳୀରେ ରାତ୍ରୀକାଳୀନ କର୍ଫ୍ୟୁ ଅବଧି ରାତି ୧୦ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏ ଜାରି ରହିବ ବୋଲି ଦର୍ଶାଯାଇଛି। ଜାନୁଆରୀ ମାସରେ ରାତି ୯ଟାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେଉଥିଲା। ହେଲେ ଫେବୃଆରୀରେ ପୁଣିଥରେ ୧୦ଟାରୁ କର୍ଫ୍ୟୁ ଆରମ୍ଭ ହେବ। ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫୁ ଲାଗୁ ହେବ।
ଏହାବ୍ୟତୀତ ଫେବୃୟାରୀ ମାସରେ କୌଣସି ସାମୁହିକ ଭୋଜି ଉପରେ କଟକଣା ଲାଗିଛି। ଏହାଛଡା ସରସ୍ୱତୀ ପୂଜାରେ କୌଣସି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ସେହିଭଳି ମାଘ ସପ୍ତମୀରେ ନଦୀ, ପୋଖରୀ, ସମୁଦ୍ରରେ ବୁଡ ପକାଇବା ଉପରେ ରୋକ ଲାଗିଛି। ମନ୍ଦିରରେ ବିନା ଭକ୍ତରେ ରୀତିନୀତି ଅନୁଯାୟୀ ମାଘସପ୍ତମୀ ପାଳନ ହେବ ବୋଲି କୁହାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories