www.samajalive.in
Monday, December 8, 2025
17.1 C
Bhubaneswar

ଆପଣ ବ୍ୟବହାର କରୁଛନ୍ତି କି ଗୁଗଲ କ୍ରୋମ୍‍ ? ଜାଣିନିଅନ୍ତୁ ଏସବୁ..

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଅଧିକ ବ୍ୟବହାର କରୁଥିବା ବ୍ରାଉଜର ହେଉଛି ଗୁଗଲ କ୍ରୋମ । ଆପଣ ବି ଗୁଗଲ କ୍ରୋମ ନିଶ୍ଚୟ ବ୍ୟବହାର କରୁଥିବେ । ହେଲେ ଗୁଗଲ କ୍ରୋମ୍‍ ବ୍ୟବହାର କରିବା ପୂର୍ବରୁ ଏହି ସବୁ ତଥ୍ୟ ଜାଣିନେବା ନିହାତି ଜରୁରୀ । ନହେଲେ ଆପଣ କୌଣସି ଅସୁବିଧାରେ ପଡ଼ିପାରନ୍ତି । ଜାଣି ରଖନ୍ତୁ ଏସବୁକୁ..

ଗୁଗଲ କ୍ରୋମ ଆପଣଙ୍କ ସିଷ୍ଟମର ର‌୍ୟାମ ଓ ବ୍ୟାଟେରୀ ଉପରେ ପ୍ରଭାବ ପକାଇଥାଏ । ମୋବାଇଲର ବ୍ୟାଟେରୀ ମଧ୍ୟ ଗୁଗଲ କ୍ରୋମ ଯୋଗୁ ପ୍ରଭାବିତ ହୋଇଥାଏ । ଆପଣ ଉଇଣ୍ଡୋ ଅପରେଟିଂ ସିଷ୍ଟମ ସେଟିଂର ଟାକ୍ସ ମ୍ୟାନେଜର ଯାଇ ଦେଖିପାରିବେ ଯେ ଗୁଗଲ କ୍ରୋମ୍‍ କେତେ ପରିମାଣର ର‌୍ୟାମ ରଖିପାରୁଛି । ଏହା କମ୍ପୁଟର ସହ ଫୋନରେ ମଧ୍ୟ ସମାନ କାମ କରିଥାଏ । ଏହି ବ୍ରାଉଜର ଆପଣଙ୍କର ଇଣ୍ଟରନେଟ୍‍ ଡାଟା ନେବା ସହ ଆପଣଙ୍କ ଡାଟା ମଧ୍ୟ କଲେକ୍ଟ କରିଥାଏ । ତେବେ ଆପଣ ନିଶ୍ଚୟ ବୁଝିପାରୁଥିବେ ଆପଣଙ୍କୁ ଗୁଗଲ କିପରି ଟ୍ରାକ୍‍ କରୁଛି । ଆପଣ ଯଦି ଗୁଗଲ କ୍ରୋମ ବ୍ୟବହାର କରୁନାହାନ୍ତି ତଥାପି ଆପଣଙ୍କ ମୋବାଇଲରେ ଗୁଗଲ କ୍ରୋମର ବ୍ରାଉଜର ରହିଛି । ତେବେ କଥା ସମାନ କାରଣ ଗୁଗଲ ଅପଣଙ୍କ ସମସ୍ତ ତଥ୍ୟ ରଖିପାରେ ।

- Advertisement -

ଇଣ୍ଟର ନେଟ୍‍ କ୍ଷେତ୍ରରେ ଗୁଗଲ ହେଉଛି ସବୁଠାରୁ ବଡ଼ ପ୍ଲାଟଫର୍ମ । ଗୁଗଲର କୌଣସି ବଡ଼ ପ୍ରତିଦ୍ୱନ୍ଦି ନାହାନ୍ତି । ହେଲେ ବର୍ତ୍ତମାନ କିଛି ବ୍ରାଉଜର ମଧ୍ୟ ଆସିସାରିଛି । ଯିଏକି ଆପଣଙ୍କ ତଥ୍ୟ ଚୋରି କରିାବେ ନାହିଁ । ଆପଣ ସେ ସବୁକୁ ଇଣ୍ଟରନେଟରେ ସର୍ଚ୍ଚ କରିବା ସହ ଆପଣଙ୍କ ଡାଟା ସୁରକ୍ଷିତ ରଖି ପାରିବେ । ସେ ସବୁକୁ ଜାଣିବା ପାଇଁ ଆପଣ ଇଣ୍ଟରନେଟରେ ସର୍ଚ୍ଚ କରନ୍ତୁ । ଯାହାଦ୍ୱରା ନିଜର ତଥ୍ୟକୁ ଗୋପନୀୟ ଭାବେ ରଖିପାରିବେ । ଯେଉଁ ଆପ୍‍ କି ଆପଣଙ୍କୁ ଟ୍ରାକ୍‍ କରିପାରିବ ନାହିଁ । ଯାହା ଦ୍ୱାରା ଆପଣଙ୍କ ସମସ୍ତ ତଥ୍ୟ ଗୋପନୀୟ ରହିପାରିବ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories