www.samajalive.in
Tuesday, December 9, 2025
17.1 C
Bhubaneswar

ଅଟୋକୁ ଧକ୍କା ଦେଲା ଟ୍ରକ ; ଜଣେ ମୃତ, ଦୁଇ ଗୁରୁତର

ଗଞ୍ଜାମ :  ସଡକ ଦୁର୍ଘଟଣାରେ ଜଣେ ମୃତ। ରମ୍ଭା ଥାନା ଅନ୍ତଗତ ହୁମା ଗଳାଶଙ୍ଖ ଠାରେ ଏକ ପରିବା ବୋଝେଇ ଆଟୋର ପଛକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ | ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି | ମୃତକ ହେଲେ ଆଟୋର ପଛପଟେ ବସିଥିବା ଅଲାଡି ଗ୍ରାମର ପରିବା ବ୍ୟବସାୟୀ ସାବିତ୍ରୀ ବେହେରା | ଅନ୍ୟ ଜଣେ ମହିଳା ଶିଶୁଳା ବେହେରା ଓ ଅଟୋ ଚାଳକ ଗଜପତି ବେହେରା ଗୁରୁତର ଆହତ ହୋଇଛନ୍ତି | ଅଗ୍ନିଶମ ବିଭାଗ ଓ ପୁଲିସ  ପହଁଚି ଆହତ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠେଇଛି | ଟ୍ରକ ଚାଳକର ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି | ଦୁର୍ଘଟଣାସ୍ଥଳରୁ ଚାଳକ ଫେରାର ରହିଛି |
ସୂଚନା ଥାଉକି ଏକ  ଅଟୋ ଯୋଗେ ଦୁଇ ମହିଳା ପନିପରିବା ବ୍ୟବସାୟୀ ପରିବା ଧରି ଗଞ୍ଜାମ ସହରକୁ ଆସୁଥିବା ବେଳେ ହୁମା ଗଳାଶଙ୍ଖ ନିକଟରେ ଏହି ଦୁର୍ଘଟଣା ଘଟିଛି | ପୁଲିସ  ଘଟଣାର ତଦନ୍ତ ଜାରି ରଖିଛି |ଉଭୟ ଗାଡିକୁ ଜବତ କରଛି |

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories