www.samajalive.in
Monday, December 8, 2025
17.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଁଳା ରସଗୋଲା

ବିଭିନ୍ନ ପ୍ରକାର ମିଠା ଖାଇବା ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଆପଣ ଅଁଳା ରସଗୋଲା ଖାଇଛନ୍ତି କି ? ଏହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ଅଁଳା ରସଗୋଲା ଖାଇବାର ରହିଛି ଆଶ୍ଚର୍ଯ୍ୟଜନକ ଲାଭ। ଜାଣନ୍ତୁ….
ଅଁଳାକୁ ଏକ ଔଷଧୀୟ ଫଳ କୁହାଯାଏ। ଏଥିରେ ଭିଟାମିନ ସି, ଆଇରନ,ଫାଇବର,କ୍ୟାଲସିୟମ, ଭିଟାମିନ ଏ ଓ ମ୍ୟାଗ୍ନେସିୟମ ରହିଛି। ଅଁଳାରେ ପ୍ରସ୍ତୁତ ରସଗୋଲା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।
ଅଁଳା ରସଗୋଲା ଖାଇବା ଦ୍ୱାରା ହାଡ ମଜଭୂତ ହୋଇଥାଏ।
ଭିଟାମିନ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବାରୁ ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ସକାଳ ସମୟରେ ଅଁଳା ରସଗୋଲା ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଦୂର ହୋଇଥାଏ।
ଏହା ଶରୀରରେ ଖରାପ କୋଲେଷ୍ଟେରୋଲ ସ୍ତରକୁ କମ କରିବାରେ ସହାୟକ ହୋଇଥାଏ।
ଅଁଳା ରସଗୋଲା ଖାଇବା ଦ୍ୱାରା କେଶ ଜନିତ ଅନେକ ସମସ୍ୟା ଦୂର ପାଇଁ ବେଶ ସହାୟକ ହୋଇଥାଏ।
ଅଁଳା ରସଗୋଲା ବୟସ କାରଣରୁ ବୃଦ୍ଧି ପାଉଥିବା ମୁହଁର କୁଞ୍ଚନକୁ ମଧ୍ୟ ଦୂର କରିଥାଏ।
ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରକ୍ତର ଅଭାବ ହୋଇନଥାଏ।
ଅଁଳା ରସଗୋଲା ସେବନ ଦ୍ୱାରା ଏହା ଦୃଷ୍ଟି ଶକ୍ତି ହ୍ରାସ ହେବାକୁ ଦେଇନଥାଏ।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories