www.samajalive.in
Monday, December 8, 2025
20.1 C
Bhubaneswar

ମିଶନ ମଧ୍ୟପ୍ରଦେଶ ପାଇଁ ଭୋପାଳରେ ରାହୁଲ: ୧୩କିମି ଶୋଭାଯାତ୍ରାର ଶୁଭାରମ୍ଭ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବା ନିମନ୍ତେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭୋପଳ ପହଞ୍ôଚଛନ୍ତି। ଏଠାରେ କଂଗ୍ରେସ ପକ୍ଷରୁ ୧୩କିମିର ଶୋଭାଯାତ୍ରାରେ ଅଂଶଗ୍ରହଣ କରିଛନ୍ତି ରହୁଲ ଗାନ୍ଧି। ଏହି ଶୋଭାଯାତ୍ରାରେ କଂଗ୍ରେସ କର୍ମକର୍ତ୍ତାଙ୍କୁ ବେଶ୍‍ ଉତ୍ସାହର ସହ ଯୋଗ ଦେଇଥିବା ଦେଖ୍‍ôବାକୁ ମିଳୁଛି। ଶୋଭାଯାତ୍ରା ଶେଷରେ କାର୍ଯ୍ୟକର୍ତ୍ତାଙ୍କୁ ରାହୁଲ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।
ଅଧ୍ୟକ୍ଷ ହେବା ପରେ ରାହୁଲଙ୍କ ଏହା ପ୍ରଥମ ଭୋପାଳ ଗ୍ରସ୍ତ। ଶୋଭାଯାତ୍ରା ଲାଲଘାଟିରୁ ଆରମ୍ଭ ହୋଇ ଦୀର୍ଘ ୧୩କିମି ଅତିକ୍ରମ କରି ଦେଶହରା ମୈଦାନରେ ଶୋଭାଯାତ୍ରା ଶେଷ ହେବ। ଶୋଭାଯାତ୍ରା ଶେଷରେ ରାହୁଲ ରାଜ୍ୟସ୍ତରୀୟ, ଜିଲାସ୍ତରୀୟ ଓ ବ୍ଲକସ୍ତରୀୟ ଏପରିକି ୱାର୍ଡ଼ସ୍ତରୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ କର୍ମୀଙ୍କ ସସସ୍ୟା ଶୁଣିବା ସହ ସେମାନଙ୍କୁ ପରାମର୍ଶ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ୧୫ହଜାର କର୍ମୀଙ୍କୁ ଆମନ୍ତ୍ରିତ କରାଯାଇଛି। ଏପରିକି ରାହୁଲ ଗାନ୍ଧିଙ୍କ ଶୋଭାଯାତ୍ରାରେ ୨ଲକ୍ଷ ଲୋକଙ୍କୁ ଏକତ୍ରିତ କରିବା ନିମନ୍ତେ ସମସ୍ତ ଜିଲାସ୍ତରୀୟ ନେତାଙ୍କୁ ଟର୍ଗେଟ ଦିଆଯାଇଛି। କୁହାଯାଉଛି ଜିଲାସ୍ତରୀୟ ନେତା ନିର୍ବାଚନରେ କଂଗ୍ରେସ ଟିକଟ ପାଇଁ ଏହି ଶୋଭାଯାତ୍ରାରେ ନିଜ ଶକ୍ତି ପ୍ରଦର୍ଶନ ନିମନ୍ତେ ଲୋକଙ୍କୁ ଏକତ୍ରିତ କରିବାକୁ ଉଦ୍ୟମ କରିଛନ୍ତି। ମଧ୍ୟପ୍ରଦେଶରେ ରାହୁଲଙ୍କୁ ଶିବ ଭକ୍ତ ରାହୁଲ ଭାବେ ପ୍ରଚାର କରାଯାଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories