www.samajalive.in
Monday, December 8, 2025
27.1 C
Bhubaneswar

ମଦଭାଟିରେ ଚଢାଉ ; ଜଣେ ଗିରଫ

ଜି.ଉଦୟଗିରି : ଜି.ଉଦୟଗିରି ପୁଲିସ ଏକ ଦେଶୀ ମଦଭାଟୀ ଉପରେ ଚଢାଉ କରି ୨୦ ଲିଟର ଦେଶୀ ମଦ ଜବତ ସହ ୮୦ ଲିଟର ମହୁଲି ପୋଚ ନଷ୍ଟ କରିଛନ୍ତି। ଏହା ସହ ଜଣେ ମହିଳାକୁ ଗିରଫ କରିଥିବା ଜଣାପଡିଛି। ବିବରଣିରୁ ପ୍ରକାଶ , ଆଜି ସ୍ଥାନୀୟ ପୁଲିସ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଏଏସଆଇ ବିନୟ କୁମାର ମହାରଣା ସଦଳବଳେ ଜି.ଉଦୟଗିରି ଥାନା ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର ବିଲାଭାଡା ଗ୍ରାମର ଏକ ଦେଶୀ ମଦ ଭାଟି ଉପରେ ଚଢାଉ କରି ୨୦ ଲିଟର ଦେଶୀ ମଦ ଜବତ କରିବା ସହ ୮୦ ଲିଟର ମହୁଲୀ ପୋଚ ନଷ୍ଟ କରିଥିବା ବେଳେ ଜଣେ ମହିଳାକୁ ଗିରଫ କରିଛନ୍ତି। ଏନେଇ ଥାନା କେସ ନଂ ୧୦/୨୨, ଧାରା ସେକ୍ସନ୍ଉି୫୨ (ଏ) ଓଡିଶା ଅବକାରୀ ଆଇନ ବଳରେ ଏକ ମାମଲା ରୁଜୁ କରି ଏଏସଆଇ ଲକ୍ଷ୍ମୀଧର ନାୟକଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିବା ନେଇ ଥାନା ଅଧିକାରୀଣୀ ରେବତୀ ଶବର ସୂଚନା ଦେଇଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories