www.samajalive.in
Sunday, December 7, 2025
15.1 C
Bhubaneswar

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ରିଷି ସନକ!

ଲଣ୍ଡନ: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଜଣେ ଭାରତୀୟ ବଂଶୋଦ୍ଭବ ହୋଇପାରନ୍ତି । ଏହିଭଳି ଏକ ସମ୍ଭାବନା ସୃଷ୍ଟି ହୋଇଛି ବ୍ରିଟେନର ପ୍ରଧାନମନ୍ତ୍ରୀ ପଦକୁ ନେଇ । ସଂପ୍ରତି ବ୍ରିଟେନ ପ୍ରଧାନମନ୍ତ୍ରୀ ଥିବା ବୋରିସ ଜନସନଙ୍କ ଲୋକପ୍ରିୟତା ହ୍ରାସ ପାଇଚାଲିଥିବାବେଳେ ସେ ଗାଦି ଛାଡିବାକୁ ତାଙ୍କ ଉପରେ ଦିନକୁ ଦିନ ଚାପ ବଢିବାରେ ଲାଗିଛି । ଏପରିକି ତାଙ୍କ ନିଜ ଦଳ କଞ୍ଜରଭେଟିଭ ପାର୍ଟିର କିଛି ସଦସ୍ୟ ମଧ୍ୟ ଜନସନଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ଚାପ ପକାଇବାରେ ଲାଗିଛନ୍ତି । ଯଦି ଏହା ସତ ହୋଇଥାଏ ତେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଜଣେ ଭାରତୀୟ ବଂଶୋଦ୍ଭବ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେ ହେଉଛନ୍ତି ଇନଫୋସିସର ସହ ପ୍ରତିଷ୍ଠାତା ଏନ ଆର ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ରିଷି ସନକ । ରିଷି ସଂପ୍ରତି ଚାନସେଲର ଅଫ ଏକ୍ସଚେକର ଅଛନ୍ତି ।
ଜଣାଯାଇଛି ଯେ ୫୭ ବର୍ଷ ବୟସ୍କ ବୋରିସ ଜନସନ୨୦୨୦ ମେ ମାସରେ କୋଭିଡ-୧୯ର ପ୍ରଥମ ତାଲାବନ୍ଦ କାଳରେ ତାଙ୍କ କାର୍ଯ୍ୟାଳୟରେ ଏକ ଉତ୍ସବ ଆୟୋଜନ କରି ବିବାଦୀୟ ହୋଇପଡିଥିଲେ । ପ୍ରଥମ ଥର ପାଇଁ ଗତ ବୁଧବାର ସେ ସ୍ୱୀକାର କରିଥିଲେ ଯେ ୨୦୨୦ ମେ ମାସରେ ସେ ତାଙ୍କ କାର୍ଯ୍ୟାଳୟର ବଗିଚାରେ ଆୟୋଜିତ ଉତ୍ସବରେ ଯୋଗଦେଇଥିଲେ । ତେବେ ସେ ଏକଥା ମଧ୍ୟ କହିଛନ୍ତି ଯେ ଏହା ତାଙ୍କ କାର୍ଯ୍ୟାଳୟର ଏକ କାର୍ଯ୍ୟକ୍ରମ ଥିଲା ଏବଂ ସେଥିପାଇଁ ସେ ନିଜ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିନ୍ତୁ ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ତାଙ୍କ ଲୋକପ୍ର୍ରିୟତା ଯଥେଷ୍ଟ ହ୍ରାସ ପାଇଛି । ଏପରିକି ତାଙ୍କ ଦଳର ସଦସ୍ୟମାନେ କହିଛନ୍ତି ଯେ ଜନସନ ଯଦି ପରିସ୍ଥିତି ସମ୍ଭାଳି ପାରୁନାହାନ୍ତି ତେବେ ସେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିବା ଉଚିତ । ଏଭଳି ପରିସ୍ଥିତିରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ରିଷି ସର୍ବାଧିକ ପସନ୍ଦର ବ୍ୟକ୍ତି ହୋଇଥିବାବେଳେ ଏହି ତାଲିକାରେ ବୈଦେଶିକ ସଚିବ ଲିଜ ଟ୍ରସ, କ୍ୟାବିନେଟ ମନ୍ତ୍ରୀ ମାଇକେଲ ଗୋଭ, ପୂର୍ବତନ ବୈଦେଶିକ ସଚିବ ଜେରେମି ହଣ୍ଟ, ଭାରତୀୟ ବଂଶୋଦ୍ଭବ ଗୃହ ସଚିବ ପ୍ରୀତି ପଟେଲ, ସ୍ୱାସ୍ଥ୍ୟ ସଚିବ ସାଜିଦ ଜାଭିଦ ଏବଂ କ୍ୟାବିନେଟ ମନ୍ତ୍ରୀ ଅଲିଭର ଡାଉଡେନ ପ୍ରମୁଖ ରହିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories