www.samajalive.in
Monday, December 8, 2025
20.1 C
Bhubaneswar

ଗୋଦାମରେ ୧୬୪୦ ପ୍ୟାକେଟ ଚାଉଳ ଗଚ୍ଛିତ, ଅନିୟମିତତା ଯାଞ୍ଚ କଲା ଯୋଗାଣ ବିଭାଗ

ପାଟଣାଗଡ: ପାଟଣାଗଡ ବ୍ଲକ ଅନ୍ତର୍ଗତ ଯୋଗୀମୁଣ୍ଡା ସ୍ଥିତ ଏସଏନପି ଚାଉଳ ଗୋଦାମରେ ବିପୁଳ ପରିମାଣର ଚାଉଳ ଗଚ୍ଛିତ ରହିଥିଲା। ଜିଲା ଯୋଗାଣ ଅଧିକାରୀ, ସ୍ଥାନୀୟ ଅତିରିକ୍ତ ଯୋଗାଣ ଅଧିକାରୀ ଓ ଯୋଗାଣ ନିରୀକ୍ଷକ ଏହାର ତଦନ୍ତ କରିଥିଲେ। ଗୁରୁବାର ସଂଧ୍ୟାରେ ସ୍ଥାନୀୟ ଯୋଗାଣ ବିଭାଗ ପକ୍ଷରୁ ଉକ୍ତ ଗୋଦାମ ଘରେ ଯାଞ୍ଚ କରାଯାଇଥିଲା। ଗୋଦାମ ଘରଟି ଯୋଗୀମୁଣ୍ଡା ଗ୍ରାମର ଅଶୋକ ଜୈନଙ୍କ ହୋଇଥିବା ବେଳେ ତାହାକୁ ଏସଏନପି ପରିବହନ ଠିକାଦାର ତୋଫାନ ମେହେର ଲିଜ ସୂତ୍ରରେ ନେଇ ଚାଉଳ ରଖିଥିବା ଜାଣିବାକୁ ପାଇଥିଲେ। ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ, ପାଟଣାଗଡଙ୍କ ପାଇଁ ୪୬୦ କ୍ୱିଣ୍ଟାଲ, ବେଲପଡା ପାଇଁ ୫୬୮ କ୍ୱିଣ୍ଟାଲ ଏବଂ ଖପ୍ରାଖୋଲ ପାଇଁ ୪୯୦ କ୍ୱିଣ୍ଟାଲ କରି ସର୍ବମୋଟ ୧୫୧୮ କ୍ୱିଣ୍ଟାଲ ଚାଉଳ ୩ଟି ଅଞ୍ଚଳର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ଯୋଗାଇ ଦେବା ପାଇଁ ଜିଲା ସମାଜ ମଙ୍ଗଳ ଅଧିକାରୀ ପରିବହନ ଠିକାଦାର ତୋଫାନ ମେହେରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଚାଉଳଗୁଡିକୁ ୧୦ ଜାନୁୟାରୀ ମଧ୍ୟରେ ଉଠାଇବାକୁ ନିର୍ଦ୍ଦେଶ ଥିବା ଓଡିଶା ରାଜ୍ୟ ଯୋଗାଣ ବିଭାଗର ରିଲିଜ ଅର୍ଡର ଜିଲା ସମାଜ ମଙ୍ଗଳ ଅଧିକାରୀ ତାଙ୍କ ପରିପତ୍ର ସଂଖ୍ୟା ୩୧ରେ ୫.୧.୨୦୨୨ରେ ପରିବହନ ଠିକାଦାରଙ୍କୁ ଦେଇଥିଲେ।

 

- Advertisement -

ତେବେ କେବଳ ୫ ଦିନ ମଧ୍ୟରେ ଚାଉଳ ଉଠାଇ ତିନୋଟି ବ୍ଲକର ବିଭିନ୍ନ ଆଙ୍ଗନୱାଡି କେନ୍ଦ୍ରରେ ଯୋଗାଇବା ସମ୍ଭବପର ହୋଇ ନଥିବାରୁ ପ୍ରଥମେ ବିଭିନ୍ନ ସ୍ଥାନରୁ ଚାଉଳ ଉଠାଇ ନିଜ ଗୋଦାମ ଘରେ ଗଚ୍ଛିତ ରଖିବା ଏବଂ ପରେ ଜାନୁୟାରୀ ୨୦ ତାରିଖ ସୁଦ୍ଧା ସମସ୍ତ ଆଙ୍ଗନୱାଡି କେନ୍ଦ୍ରକୁ ଯୋଗାଇ ଦେବା ପାଇଁ ଅନୁରୋଧ କରି ଠିକାଦାର ଜଣକ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇବା ସହ ଚାଉଳ ଆଣି ଗୋଦାମ ଘରେ ଗଚ୍ଛିତ ରଖିଥିଲେ। ଯାଞ୍ଚ ବେଳକୁ କେତେକ କେନ୍ଦ୍ରକୁ ଚାଉଳ ଯୋଗାଇ ଦିଆଯାଇଥିବା ଅଧିକାରୀମାନେ ଜାଣିବାକୁ ପାଇବା ସହ ଆଉ ୧୬୪୦ ପ୍ୟାକେଟ ଚାଉଳ ଗଚ୍ଛିତ ଥିବା ଜାଣିବାକୁ ପାଇଥିଲେ। ଅବଶିଷ୍ଟ ଆଙ୍ଗନୱାଡି କେନ୍ଦ୍ରମାନଙ୍କୁ ୨୦ ତାରିଖ ମଧ୍ୟରେ ଯୋଗାଇ ଦିଆଯିବ ବୋଲି ପରିବହନ ଠିକାଦାର ଯୋଗାଣ ଅଧିକାରୀଙ୍କୁ କହିଥିବା ଜଣାଯାଇଛି। ଉକ୍ତ ଗୋଦାମ ଘରେ ଆବଶ୍ୟକୀୟ ସମସ୍ତ ବ୍ୟବସ୍ଥା ଠିକ୍ ଥିବା ସହ ପ୍ରଦର୍ଶନ ବୋର୍ଡରେ ମଧ୍ୟ ସଠିକ୍ ତଥ୍ୟ ପ୍ରଦାନ କରାଯାଇଥିବା ଯୋଗାଣ ଅଧିକାରୀ ମାୟାଧର ସାହୁ ସୂଚନା ଦେଇ କୌଣସି ଅନିୟମିତତା ନଥିବା କହିଛନ୍ତି। ଏହବ୍ୟତୀତ ପରିବହନ ଠିକାଦାରଙ୍କ ପକ୍ଷରୁ ଆବଶ୍ୟକୀୟ ସମସ୍ତ କାଗଜପତ୍ର ତାଙ୍କୁ ଦେଖାଯାଇଥିବା ସେ ପ୍ରକାଶ କରିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories