www.samajalive.in
Monday, December 8, 2025
27.1 C
Bhubaneswar

ବଢ଼ିବ ବୈଦ୍ୟୁତିକ ଉପକରଣର ଦାମ୍‍

ନୂଆଦିଲ୍ଲୀ: ଗ୍ର।ହକଙ୍କ ପାଇଁ ଚିନ୍ତା ଜନକ ଖବର । ବଢ଼ିବ ବୈଦ୍ୟୁତିକ ଉପକରଣର ଦାମ୍‍ । କଞ୍ଚାମାଲ ଏବଂ ମାଲ ପରିବହନ ଶୁଳ୍କ ବୃଦ୍ଧି ହେତୁ କମ୍ପାନୀଗୁଡ଼ିକ ବୈଦ୍ୟୁତିକ ଉପକରଣର ଦାମ୍‍ ବୃଦ୍ଧି କରିବେ । ନୂଆବର୍ଷରୁ ଏହା ଉପରେ ଦାମ୍‍ ବୃଦ୍ଧି କରାଯାଇଛି । ଏସି ଉପରେ ଦାମ୍‍ ବୃଦ୍ଧି କରାଯାଇଥିବା ବେଳେ, ବର୍ତ୍ତମାନ ୱାସିଂ ମେସିନ ଉପରେ ଦାମ୍‍ ବୃଦ୍ଧି ହେବ । ଚଳିତ ମାସ କିମ୍ବା ମାର୍ଚ୍ଚ ମାସ ମଧ୍ୟରେ ଏହାର ଦାମ ବୃଦ୍ଧି କରିବାକୁ କମ୍ପାନୀ ନିଷ୍ପତ୍ତି ନେବ । ୱାସିଂ ମେସିନ ଉପରେ ୫-୧୦ ପ୍ରତିଶତ ଦାମ୍‍ ବୃଦ୍ଧି ହୋଇପାରେ । ପାନାସୋନିକ ଓ ଏଳଜି ପରି ଅନେକ କମ୍ପାନୀ ଏହାର ଦାମ୍‍ ବୃଦ୍ଧି କରିସାରିଥିବା ବେଳେ, ଅନ୍ୟ କମ୍ପାନୀ ଗୁଡ଼ିକ ଦାମ୍‍ ବୃଦ୍ଧି କରିବେ ।

ସୂଚନା ଅନୁଯାୟୀ ଜାନୁୟାରୀରୁ ମାର୍ଚ୍ଚ ୨୦୨୨ ସୁଦ୍ଧା ଶିଳ୍ପ ମୂଲ୍ୟ ୫-୭ ପ୍ରତିଶତ ବୃଦ୍ଧି କରିବ। ଆସୋସିଏସନ ସଭାପତି କହିଛନ୍ତି, ବର୍ତ୍ତମାନ ଉତ୍ପାଦକଙ୍କ ପାଖରେ ମୂଲ୍ୟ ବୃଦ୍ଧି କରିବା ଅପେକ୍ଷା କିଛି ବିକଳ୍ପନାହିଁ । ପାନାସୋନିକ୍ ଏହାର ଏସିର ମୂଲ୍ୟକୁ ୮ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି କରିସାରିଛି । ଏନେଇ ହାୟର ଆପ୍ଲାଏନ୍ସ ଇଣ୍ଡିଆର ସଭାପତି ସତୀଶ ଏନଏସ ମଧ୍ୟ ମତ ରଖିଛନ୍ତି । ସେ କହିଛନ୍ତି କି, କଞ୍ଚାମାଲ ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସେଥିପାଇଁ ରେଫ୍ରିଜରେଟର, ୱାଶିଂ ମେସିନ ଏବଂ ଏସିର ଦାମ୍‍ ବୃଦ୍ଧି ପାଇଛି । କଞ୍ଚାମାଲ ଓ ଯୋଗାଣ ପ୍ରତିବନ୍ଧକ ଯୋଗୁଁ ଏସିର ମୂଲ୍ୟ ବୃଦ୍ଧି ହୋଇପାରେ ।

- Advertisement -

ଏଲଜି କମ୍ପାନୀ ଘରୋଇ ଉପକରଣ ଉପରେ ମୂଲ୍ୟ ବୃଦ୍ଧି କରିଛି । କଞ୍ଚାମାଲ ଏବଂ ସାମଗ୍ରୀର ମୂଲ୍ୟ ବୃଦ୍ଧି ଏକ ଚିନ୍ତାର ବିଷୟ ବୋଲି କମ୍ପାନୀ କହିଛି। ଏଲଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ କହିଛନ୍ତି, “ଅଭିନବ ପଦକ୍ଷେପ ମାଧ୍ୟମରେ ଖର୍ଚ୍ଚ ରୋକିବାକୁ ଆମେ ଚେଷ୍ଟା କରିଛୁ। ବ୍ୟବସାୟକୁ ସ୍ଥାୟୀ ରଖିବା ପାଇଁ ବର୍ତ୍ତମାନ ମୂଲ୍ୟ ବୃଦ୍ଧି କରିବା ଆବଶ୍ୟକ । ଏ ସମ୍ପର୍କରେ ଏୟାର କଣ୍ଡିସନିଂ ଇଣ୍ଡିଆର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଗୁରୁମିତ ସିଂ ମଧ୍ୟ ତାଙ୍କର ମତ ରଖିଛନ୍ତି । ସେ କହିଛନ୍ତି କି, ବର୍ତ୍ତମାନ ମୂଲ୍ୟ ବୃଦ୍ଧିକୁ ଏଡାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଏପ୍ରିଲ ସୁଦ୍ଧା ବ୍ରାଣ୍ଡ ମୂଲ୍ୟ ୧୦ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି ହେବ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories