www.samajalive.in
Monday, December 8, 2025
27.1 C
Bhubaneswar

ବଦଳିବ ପେନସନ୍‍ ସ୍କିମ ନିୟମ, ଅଧିକ ପାଇବେ ୯ହଜାର ଟଙ୍କା !

ନୂଆଦିଲ୍ଲୀ: ବଦଳିପାରେ ଇପିଏଫଓ ପେନସନ୍‍ ସ୍କିମର ନିୟମ । ଅପଣଙ୍କୁ ମାସିକ ୧ ହଜାର ପରିବର୍ତ୍ତେ ମିଳିପାରେ ୯ ହଜାର ଟଙ୍କା । ଦୀର୍ଘ ଦିନ ଧରି ଏନେଇ ଆଲୋଚନା ଚାଲିଥିବା ବେଳେ, ଇପିଏଫଓ ଏହା ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବ । ସୂଚନାଅନୁସାରେ ଶ୍ରମ ମନ୍ତ୍ରାଳୟ ଆସନ୍ତା ଫେବ୍ରୁଆରୀରେ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ । ଯାହା ଦ୍ୱାରା ମାସିକ ଅର୍ଥରାଶି ୧ ହଜାରରୁ ୯ ହଜାର ଟଙ୍କା ବୃଦ୍ଧି ପାଇବାକୁ ସମ୍ଭାବନା ରହିଛି । ତାହା ସହ ଏହି ବୈଠକରେ ନୂତନ ବେତନ ସଂକେତ କାର୍ଯ୍ୟକାରୀ ହେବା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।

ପୂର୍ବରୁ ମାର୍ଚ୍ଚ ୨୦୨୧ ରେ ସଂସଦର ସ୍ଥାୟୀ କମିଟି ଏହି ପ୍ରସଙ୍ଗ ଉଠାଇଥିଲା । କମିଟି ସର୍ବନିମ୍ନ ପେନସନ୍‍ ରାଶି ୧୦୦୦ ରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରିଥିଲା। ହେଲେ ପେନସନଭୋଗୀମାନେ ଏହାକୁ ବହୁତ କମ୍‍ ରାଶି କହିବା ସହ ୯୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲେ । ତେବେ ଏନେଇ ଶ୍ରମ ମନ୍ତ୍ରାଳୟ ଫେବ୍ରୁଆରୀରେ କିଛି ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories