www.samajalive.in
Tuesday, December 9, 2025
16.1 C
Bhubaneswar

ଘନ କୁହୁଡିର ଚାଦର ତଳେ ଆଚ୍ଛାଦିତ ମୋହନା ବ୍ଲକ

ମୋହନା: ସ୍ଥାନୀୟ ବ୍ଳକର ୩୯ଟି ପଞ୍ଚାୟତରେ ଦୁଇ ଦିନ ଧରି ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଉପାନ୍ତ ଅଞ୍ଚଳର ଲୋକେ ଅସହ୍ୟ ଶୀତ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାରଦ ଦିନକୁ ଦିନ ଖସିବାରେ ଲାଗିଛି। ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି। ତା’ ସାଙ୍ଗକୁ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଲାଗି ରହୁଛି। ଘନ କୁହୁଡିର ଚାଦର ତଳେ ସାରା ମୋହନା ବ୍ଲକ ଆଚ୍ଛାଦିତ ହୋଇ ରହୁଛି । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ। ଦିନସାରା କୋହଲା ପବନ ବହୁଛି। ସନ୍ଧ୍ୟା ହେବା କ୍ଷଣି ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି। ତା’ ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି । ଉପାନ୍ତ ଅଞ୍ଚଳର ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ରହୁଥିବା ଲୋକେ ଜାଡ ସହିନପାରି କେବଳ କାଠ ନିଆଁକୁ ଭରସା କରି ତାରି ପାଖରେ ବସି ରହୁଛନ୍ତି। ସେମାନଙ୍କ ପାଖରେ ଅର୍ଥର ଅଭାବ ରହିଥିବାରୁ କମ୍ବଳ ଓ ଶୀତବସ୍ତ୍ର କିଣି ପାରୁନାହାନ୍ତି। ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ଚାହିଦା ବଢିବାରେ ଲାଗିଛି । ଫଳରେ ଅଡବା, ଚନ୍ଦ୍ରଗିରି, ଲୁହାଗୁଡି, ମୋହନା, ଚାନ୍ଦିପୁଟ, ଅନ୍ତରବା, ଚୁଡଙ୍ଗପୁର, ବିରିକୋଟ, ପାଣିଗଣ୍ଡା ଗ୍ରାମ ଗୁଡିକରେ ଦୋକାନୀମାନେ ଶୀତବସ୍ତ୍ରର ପସରା ଖୋଲିଥିବା ଦେଖାଯାଉଛି। ଲୋକେ ମଧ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି।

ସେହିପରି ବ୍ଳକର ଦୁର୍ଗମ ଅଞ୍ଚଳ ଗରଡମା, ଶିମିଳି, ମୋହନାଗୁଡା, ରାଇପଙ୍କା, ମାନ୍ଦ୍ରାବାଜୁ, ମଳାସ ପଦର, କଟାମା, ଡେଙ୍ଗେସଖାଲ, ଗୁଲୁବା, ମାଣ୍ଡି ମେରା, ରାଜଖମା, ଢ଼େପାଗୁଡା, ବାଲିଗଣ୍ଡା, ଚୁଡଙ୍ଗପୁର, ଅନ୍ତରବା, ଶିଆଳିଲଟି, ବାମ ଦେଇ ପଦା, ପଣସଢିଅ, ଖାରିଗୁଡା ଆଦି ଅଞ୍ଚଳରେ ମଧ୍ୟ ତାପମାତ୍ରା ୧୦ ଡିଗ୍ରୀ ଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ସରକାରଙ୍କ ପକ୍ଷରୁ ଗରୀବ ପରିବାର ଗୁଡିକୁ କମ୍ବଳ ଓ ଶୀତବସ୍ତ୍ର ଯୋଗାଇ ଦେବାପାଇଁ ଅଞ୍ଚଳବାସୀମାନେ ଅନୁରୋଧ କରିଛନ୍ତିି। ଏବେ ପର୍ଯ୍ୟଟନ ୠତୁ ହୋଇଥିବାରୁ ଗଜପତି ଜିଲାର ମହେନ୍ଦ୍ରଗିରି, ଗଣ୍ଡାହାତୀ, ଗୁଦୁଗୁଦା, ଖସଡା, ମାଙ୍କଡଡିଆଁ, ଜିରାଙ୍ଗ ବୌଦ୍ଧ ମନ୍ଦିର, ହରଭଙ୍ଗି ଡ଼୍ୟାମ, ବ୍ରାହ୍ମଣୀଦେବୀ ଜଳ ପ୍ରପାତ ଆଦି ମନୋରମ ପ୍ରାକୁତିକ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ଜିଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବଣଭୋଜିର ଆସର ସାଙ୍ଗଙ୍କୁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କ ଭିଡ଼ ଜମିବାରେ ଲାଗିଛି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories