www.samajalive.in
Monday, December 8, 2025
27.1 C
Bhubaneswar

କରୋନା ସହ ରାଜ୍ୟରେ ବଢୁଛି ଓମିକ୍ରନ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଚିନ୍ତା କେବେ?

ସମାଜ ପୋର୍ଟାଲ ଡେସ୍କ: ଦେଶରେ କିଛି ଦିନର ନୀରବତା ପରେ ପୁଣି ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ଓମିକ୍ରନ ସଂକ୍ରମଣ ମଧ୍ୟ ଜୋର ଧରିଛି। ଓଡ଼ିଶାରେ ବି ସମାନ ଅବସ୍ଥା ରହିଛି। କରୋନା ସଂକ୍ରମଣ ଓ ଏଥିଯୋଗୁ ଘଟୁଥିବା ମୃତ୍ୟୁ ଯଥାସାଧ୍ୟ କମ କରିବା କ୍ଷେତ୍ରରେ ରାଜ୍ୟ ସରକାର ଭୂମିକାକୁ ଅନେକ ପ୍ରଶଂସା ମିଳିଛି। କିନ୍ତୁ ଏବେ ରାଜ୍ୟରେ କରୋନା ସଂକ୍ରମଣ ଓ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ଘୋଷଣା କରାଯାଇ ନାହିଁ।

ଚଳିତ ସପ୍ତାହର କରୋନା ଗ୍ରାଫକୁ ଦେଖିଲେ, ଏହା ସହଜରେ ଅନୁମେୟ ଯେ ଉଭୟ କରୋନା ସଂକ୍ରମଣ ଓ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଡିସେମ୍ବର ୩୦ରେ ୨୨୮, ଡିସେମ୍ବର ୩୧ରେ ୨୯୮, ଜାନୁଆରୀ ୧ରେ ୪୨୪, ଜାନୁଆରୀ ୨ରେ ୪୨୪ ଓ ଜାନୁଆରୀ ୩ରେ ୬୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ସମୟ ମଧ୍ୟରେ ରାଜ୍ୟରେ ଓମିକ୍ରନ ସଂକ୍ରମଣ ମଧ୍ୟ କାୟା ବିସ୍ତାର କରିଚାଲିଛି। ଦେଶରେ ଅଳ୍ପ କେତେ ଦିନ ମଧ୍ୟରେ ଏହି ସଂଖ୍ୟା ୧୮୯୨କୁ ବୃଦ୍ଧି ପାଇଥିବା ବେଳେ ଓଡ଼ିଶାରେ ୩୭ ଜଣ ଏଥିରେ ସଂକ୍ରମିତ ହୋଇ ସାରିଛନ୍ତି।

- Advertisement -

ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ବଢ଼ିଛି ଏବଂ ଆଗକୁ ବି ବଢ଼ିବାର ସମ୍ଭାବନା ରହିଛି। ସେ କହିଛନ୍ତି ଡେରିରେ ହେଲେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏବେ ରାଜ୍ୟରେ ସ୍କୁଲ, କଲେଜ, କାର୍ଯ୍ୟାଳୟ, ହାଟ ବଜାର ଓ ସବୁ ପ୍ରକାର ଓ ବର୍ଗର ପ୍ରତିଷ୍ଠାନ ଶତ ପ୍ରତିଶତ ଉପସ୍ଥାନରେ ଚାଲୁଥିବାରୁ, ଡାକ୍ତରଖାନାଗୁଡିକରେ ମଧ୍ୟ ଅହେତୁକ ଭିଡ ବଢିଛି। ଅନ୍ୟପକ୍ଷରେ ଟୀକାକରଣ କ୍ଷେତ୍ରରେ ମଧ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇଛନ୍ତି।

ଆଗାମୀ ଦିନରେ ଉଭୟ କରୋନା ଓ ଓମିକ୍ରନ ସଂକ୍ରମଣ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିତାନ୍ତ ଜରୁରୀ ହୋଇପଡିଛି। ଆଜି ଦିଲ୍ଲୀରେ ୧୮୦ରୁ ଅଧିକ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ବେଳେ କରୋନାର ଦ୍ଵିତୀୟ ଲହରୀରେ ଦେଶର ୬୬୫ରୁ ଅଧିକ ଡାକ୍ତର ପ୍ରାଣ ହରାଇଥିବା ଇଣ୍ଡିଆନ ମେଡିକାଲ ଆସୋସିଏସନ ସୂଚନା ଦେଇଛି। ଓଡ଼ିଶାର ୨୨ ଜଣ ଡାକ୍ତର ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ସଂକ୍ରମଣରେ ଅନେକ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଯଦି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ବିଷୟକୁ ଅଗ୍ରାଧିକାର ଦିଆନଯିବ, କରୋନା ସଂକ୍ରମିତ ଓ ଓମିକ୍ରନ ସଂକ୍ରମିତମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସମ୍ଭବ ହେବ ନାହିଁ। ଏ କ୍ଷେତ୍ରରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ସହ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିମନ୍ତେ ନିର୍ଦ୍ଦେଶାବଳୀ ପ୍ରଣୟନର ଆବଶ୍ୟକତା ରହିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories