www.samajalive.in
Monday, December 8, 2025
17.1 C
Bhubaneswar

ଦେଶରେ ୩୭,୩୭୯ ନୂଆ କୋଭିଡ ଆକ୍ରାନ୍ତ; ୧୨୪ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୩୭,୩୭୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୧୨୪ ଜଣଙ୍କର ମୃତ୍ୟୁ ଘଟିଛି । ଦିନକ ମଧ୍ୟରେ ପାଖାପାଖି ୪ହଜାର ଅଧିକ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୧୧,୦୦୭ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ୩.୨୪% ରହିଛି । ଏପର୍ଯ୍ୟନ୍ତ କୋଭିଡରୁ ମୋଟ ୩,୪୩,୦୬,୪୧୪ ଜଣ ସୁସ୍ଥ ହୋଇସାରିଲେଣି । ସେହିଭଳି କୋଭିଡ ଜନିତ ମୃତ୍ୟୁସଂଖ୍ୟା ୪,୮୨,୦୧୭ରେ ପହଞ୍ଚିଛି । ସଂପ୍ରତି ଦେଶରେ ୧,୭୧,୮୩୦ ସକ୍ରିୟ କୋଭିଡ ଆକ୍ରାନ୍ତ ଅଛନ୍ତି । ସୋମବାର ସଂଧ୍ୟାସୁଦ୍ଧା ଦେଶରେ ମୋଟ ୧,୪୬,୭୦,୧୮,୪୬୪ ପାନ ଟିକା ଦିଆଯାଇଛି । ସୋମବାର ଠାରୁ ୧୫ରୁ ୧୮ ବର୍ଷର କିଶୋରଙ୍କ ଟିକାକରଣ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ଦେଶରେ ପାଖାପାଖି ୪୦ ଲକ୍ଷ ଏହି ବର୍ଗଙ୍କୁ ଟିକା ଦିଆଯାଇଥିବା ଜଣାଯାଇଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories