www.samajalive.in
Monday, December 8, 2025
17.1 C
Bhubaneswar

ମୋତିଆବିନ୍ଦୁ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ହାତ ବଢାଇଲା ବେଦାନ୍ତ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତଥା ରାୟଗଡା ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଗ୍ରହଣଖଣ୍ଡିଆ ଓ ମୋତିଆବିନ୍ଦୁ ରୋଗୀମାନଙ୍କୁ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ସହାୟତାର ହାତ ବଢାଇ ଆସୁଛି ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ । ଏହିକ୍ରମରେ ଆଜି କଳାହାଣ୍ଡି ତଥା ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ୩୯ଜଣ ମୋତିଆବିନ୍ଦୁ ରୋଗୀଙ୍କୁ ଚିହ୍ନଟ ଓ ପ୍ରାଥମିକ ଚିକିତ୍ସା ପରେ ସୋନପୁରସ୍ଥିତ ମହାନଦୀ ଚକ୍ଷୁ ଚିକିତ୍ସାଳୟକୁ ଅସ୍ତ୍ରୋପଚାର ପାଇଁ ପଠାଯାଇଛି । ରୋଗୀଙ୍କ ଚିକିତ୍ସା ଓ ଅସ୍ତ୍ରୋପଚାରର ସମୁଦାୟ ଖର୍ଚ୍ଚ ବେଦାନ୍ତ ଲିମିଟେଡ ବହନ କରୁଥିବାବେଳେ ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଅନନ୍ୟ ଉଦାହରଣ ପାଲଟିଥିବା ବେଦାନ୍ତ ହସ୍ପିଟାଲର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହ। ଆୟୋଜିତ ହେଉଥିବା ଜଣାପଡିଛି । ବେଦାନ୍ତ ହସ୍ପିଟାଲ ତରଫରୁ ୩୯ ଜଣ ରୋଗୀଙ୍କୁ ଚିହ୍ନଟ ଓ ପଞ୍ଜୀକରଣ କରାଯିବା ପରେ ଆଜି ସଂପୃକ୍ତ ରୋଗୀମାନଙ୍କୁ ସୋନପୁରସ୍ଥିତ ମହାନଦୀ ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିବାବେଳେ ଏଥିପାଇଁ ବେଦାନ୍ତ ହସ୍ପିଟାଲ ପରିସରରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବେଦାନ୍ତ ଲିମିଟେଡର ସିଏସ୍ଆର ମୁଖ୍ୟ ବିଭୁଦେ‌‌ନ୍ଦୁ ପଣ୍ଡା ଯୋଗ ଦେଇ ଅସ୍ତ୍ରୋପଚାର ପାଇଁ ଯାଉଥିବା ରୋଗୀମାନଙ୍କୁ ଶୁଭେଚ୍ଛା ଓ ଆରୋଗ୍ୟ କାମନା କରିଥିଲେ । ସେହିପରି କାର୍ୟ୍ୟକ୍ରମରେ ଉଦୟ କୁମାର, ବେଦାନ୍ତ ଲିମିଟେଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅକ୍ଷୟ କୁମାର ସାହୁ, ବେଦାନ୍ତ ସିଏସ୍‌ଆର୍ ବିଭାଗର ଦିଲିପ ପ୍ରଜାପତି ପ୍ରମୁଖ ଯୋଗ ଦେଇଥିଲେ । ବେଦାନ୍ତ ହସ୍ପିଟାଲ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମକୁ ଡା. ପ୍ରଶାନ୍ତ ପରମାଣିକ ଓ ଅଶୋକ ଖୁରା ପରିଚାଳନା କରିଥିଲେ । ଏହି ଅବସରରେ ସମସ୍ତ ରୋଗୀଙ୍କୁ କମ୍ବଳ ମଧ୍ୟ ବଣ୍ଟନ କରାଯାଇଥିଲା । ବେଦାନ୍ତ ସିଏସ୍‌ଆର୍ ଓ ବେଦାନ୍ତ ହସ୍ପିଟାଲର ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories