www.samajalive.in
Monday, December 8, 2025
17.1 C
Bhubaneswar

ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୦୨ ଟଙ୍କା କମିଲା

ନୂଆଦିଲ୍ଲୀ: ନୂଆବର୍ଷରେ ଉପଭୋକ୍ତାଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରାଷ୍ଟ୍ରୀୟ ତୈଳ ବିପଣନକାରୀ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଓଜନର ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି । ଏହାଫଳରେ ସଂପ୍ରତି ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୯୯୮ ଟଙ୍କା ହୋଇଛି । ଏହା ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ତଥା ଚା ଦୋକାନୀଙ୍କ ପାଇଁ କିଛିଟା ଆଶ୍ୱସ୍ତି ଆଣିଦେବ ବୋଲି କୁହାଯାଉଛି । ୨୦୨୧ ଡିସେମ୍ବର ୧ ତାରିକରେ ୧୯ କେଜି ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା ଏବଂ ଏହାଦ୍ୱାରା ଦିଲ୍ଲୀରେ ଏହାର ମୂଲ୍ୟ ୨୧୦୧ ଟଙ୍କାରେ ପହଞ୍ଚିଥିଲା । ଏହା ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦ୍ୱିତୀୟ ସର୍ବାଧିକ ମୂଲ୍ୟ ଥିଲା । କାରଣ ୨୦୧୨-୧୩ରେ ଏହା ୨୨୦୦ ଟଙ୍କାରେ ପହଞ୍ଚି ରେକର୍ଡ ସୃଷ୍ଟି କରିଥିଲା । ତେବେ ଘରୋଇ ସ୍ତରରେ ବ୍ୟବହାର କରାଯାଉଥିବା ୧୪.୨ କେଜି, ୫ କେଜି ଏବଂ ୧୦ କେଜି ସିଲିଣ୍ଡର ମୂଲ୍ୟରେ କୌଣସି ହ୍ରାସ କରାଯାଇନାହିଁ । ଏହାପୂର୍ବରୁ ୨୦୨୧ ନଭେମ୍ବର ୧ରେ ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୨୬୬ ଟଙ୍କା ହ୍ରାସ ପାଇଥିଲା ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories