www.samajalive.in
Monday, December 8, 2025
27.1 C
Bhubaneswar

ବିପଦପୂର୍ଣ୍ଣ ଦେଶରୁ ଓଡ଼ିଶା ଆସିଲେଣି ୧୮୧୯ ବିଦେଶୀ

ଭୁବନେଶ୍ୱର (ନି.ପ୍ର): ରାଜ୍ୟକୁ ଚଳିତମାସରେ ୮ହଜାର ୭୬୮ ବିଦେଶୀ ବିଭିନ୍ନ ଦେଶରୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୧୮୧୯ଜଣ କେବଳ ବିପଦପୂର୍ଣ୍ଣ ଦେଶ ଅର୍ଥାତ ‘ଓମିକ୍ରନ୍’ ଆକ୍ରାନ୍ତ ଦେଶରୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ ୪ହଜାର ୩୬୯ଜଣଙ୍କ ନମୁନା ପରୀକ୍ଷା କରାଯାଇଛି, ଯାହାକି ପ୍ରାୟ ୫୦ପ୍ରତିଶତ ହେବ। ଅବଶିଷ୍ଟଙ୍କୁ ଚିହ୍ନଟ ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି।

ତେବେ ଏହି ମାସକ ମଧ୍ୟରେ ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ମାତ୍ର ୨୦ଜଣ କରୋନା ଆକ୍ରାନ୍ତ ବାହାରିଥିବାବେଳେ ସେଥିମଧ୍ୟରେ ୮ଜଣ ହିଁ ‘ଓମିକ୍ରନ୍’ ଆକ୍ରାନ୍ତ ବୋଲି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଡା. ମହାପାତ୍ରଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଏପର୍ଯ୍ୟନ୍ତ ଯେତିକି ବିଦେଶୀଙ୍କ ନମୁନା ପରୀକ୍ଷା କରାଯାଇଛି ତା’ର ୦.୨ ପ୍ରତିଶତ ହେଉଛନ୍ତି ‘ଓମିକ୍ରନ୍‌’ ଆକ୍ରାନ୍ତ। ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଛି।

- Advertisement -

‘ଓମିକ୍ରନ୍‌’କୁ ନେଇ ଆତଙ୍କିତ ହେବା ଅପେକ୍ଷା ନିଜକୁ ସଜାଗ ରଖିବା ଆବଶ୍ୟକ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି ତାହାକୁ ଯଦି ଲୋକେ ବାସ୍ତବରେ ପାଳନ କରିବେ ତେବେ ଓମିକ୍ରନ୍‌କୁ ନିଶ୍ଚିତ ଭାବେ ପରାଜୟ କରିହେବ ବୋଲି ଡା. ମହାପାତ୍ର କହିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories