ପିପିଲି:ପିପିଲି ବ୍ଲକ ଅର୍ନ୍ତଗତ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ସ୍ମୃତି ଉଚ୍ଚ ବିଦ୍ୟାଳୟର ୧୯୮୩ ମାଟ୍ରିକ୍ ବ୍ୟାଚ୍ର ବନ୍ଧୁମିଳନ କାର୍ଯ୍ୟକ୍ରମ ବାଲିପଡିଆ ସ୍ଥିତ ବିଦ୍ୟାଳୟ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁ ସ୍ମୃତି ଉଚ୍ଚ ବିଦ୍ୟାଳୟକୁ ୫-ଟି ହାଇସ୍କୁଲ ରୁପାନ୍ତରିକରଣରେ ସାମିଲ କରାଯାଇଥିବାରୁ ଏଥିପାଇଁ ପୁରାତନ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ବିଦ୍ୟାଳୟର ଉନ୍ନତୀକରଣ ପାଇଁ ମୋ ସ୍କୁଲ ଅଭିଯାନରେ ଏହି ବ୍ୟାଚ୍ର ପୁରାତନ ଛାତ୍ରଛାତ୍ରୀମାନେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସମ୍ମତି ପ୍ରକାଶ କରିଥିଲେ। ଦୀର୍ଘ ୩୮ବର୍ଷ ପରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ପରିବାର ସହ ଏକତ୍ରିତ ହୋଇ ଗୋପବନ୍ଧୁଙ୍କ ଦ୍ୱାରା ୧୯୧୯ ମସିହାରେ ପ୍ରତିଷ୍ଠିତ ନିଜ ବିଦ୍ୟାଳୟର ସର୍ବାଙ୍ଗୀଣ ଉନ୍ନତି ପାଇଁ ସହଯୋଗ କରିବାକୁ ସଂକଳ୍ପ ନେଇଥିଲେ।
ଏହି ଅବସରରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଯୋଗେଶ୍ୱର ପ୍ରସାଦ ଗିରିଶର୍ମା, ବସନ୍ତ କୁମାର ଦାସ, ରାଜକିଶୋର ଦାଶ, ବଳଭଦ୍ର ଦାସ ଓ ଲକ୍ଷ୍ମଣ ସାହୁ ପ୍ରମୁଖଙ୍କୁ ପୁରାତନ ଛାତ୍ରଛାତ୍ରୀମାନେ ଗୁରୁପୂଜନ ସହ ସମ୍ବର୍ଦ୍ଧିତ କରିଥିଲେ। ପୁରାତନ ଛାତ୍ରଛାତ୍ରୀମାନେ ନିଜର ସ୍କୁଲ ଜୀବନର ସ୍ମୃତିକୁ ମନେ ପକାଇବା ସହ ଭାବର ଆଦାନ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ପ୍ରତାପ ସ୍ୱାଇଁ, ମହେନ୍ଦ୍ର କୁମାର ଜେନା, ପ୍ରଦୀପ୍ତ କୁମାର ଦାସ, ଗୋବିନ୍ଦ ସାହୁ, ଚୌଧୁରୀ ଦେବବ୍ରତ ସାହୁ, ଆଲୋକ କୁମାର ମହାନ୍ତି, ମଞ୍ଜୁବାଳା ମିଶ୍ର, କାଦମ୍ବିନୀ ଦାସ, ଅର୍ଚ୍ଚନା ମହାନ୍ତି, ସରସ୍ୱତୀ ପଟ୍ଟନାୟକ ଓ ସଞ୍ଜୁକ୍ତା ପଶୁପାଳକ ପ୍ରମୁଖ ପରିଚାଳନା କରିଥିଲେ।



