www.samajalive.in
Monday, December 8, 2025
17.1 C
Bhubaneswar

ଯୋଜନାବଦ୍ଧ ବ୍ୟାଘାତ ନୁହେଁ, ଲୋକସଭା ସାମୂହିକ ଇଚ୍ଛାଶକ୍ତି ଏବଂ ସହମତି ଭିତ୍ତିରେ ଚାଲିବା ଜରୁରୀ

ଯୋଜନାବଦ୍ଧ ଭାବେ ବ୍ୟଘାତ ସୃଷ୍ଟି କରିବା ଦ୍ୱାରା ଲୋକସଭା ଚଳାଇବା ସମ୍ଭବ ନୁହେଁ ବରଂ ଲୋକସଭା ଚଳାଇବା ପାଇଁ ସଦସ୍ୟମାନଙ୍କ ସାମୁହିକ ଇଛାଶକ୍ତି ଓ ସହମତି ଜରୁରୀ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି। ଆଜି ଆସାମ ବିଧାନସଭାରେ ବିଧାୟକମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ବିର୍ଲା କହିଛନ୍ତି ଯେ କେବଳ ଅର୍ଥପୂର୍ଣ୍ଣ ବିତର୍କ ମାଧ୍ୟମରେ ସଂସଦୀୟ ଗଣତନ୍ତ୍ରକୁ ମଜବୁତ କରାଯାଇପାରିବ। ସେ କହିଛନ୍ତି, ଭାରତରେ ଗଣତନ୍ତ୍ର ହେଉଛି ଏକ ଜୀବନଶୈଳୀ ସଦୃଶ ଏବଂ ଏଥିରେ ମନାନ୍ତର ଓ ମତାନ୍ତର ରହିବ କିନ୍ତୁ ସୁସ୍ଥ ବିତର୍କ ଆକାରରେ ତାହା ପ୍ରତିଫଳିତ କରାଯାଇ ପାରିବ। ଆସାମ ବିଧାନସଭାର କେନ୍ଦ୍ରୀୟ କକ୍ଷରେ ଆନୁଷ୍ଠାନିକ ଭାବରେ ଆସାମ ବିଧାନସଭା ଡିଜିଟାଲ୍ ଟିଭି ଲଞ୍ଚ କରିବା ଅବସରରେ ଶ୍ରୀ ବିର୍ଲା ଏହା କହିଛନ୍ତି।

ଶ୍ରୀ ବିର୍ଲା ଚିନ୍ତା ବ୍ୟକ୍ତ କରି କହିଛନ୍ତି ଯେ ଉଭୟ ଲୋକସଭା ଏବଂ ବିଧାନସଭାଗୁଡିକରେ ବିତର୍କର ସ୍ତର ହ୍ରାସ ପାଉଛି। ଆମକୁ ଚୟନ କରିଥିବା ଲୋକଙ୍କ ପାଇଁ ଆଇନ ପ୍ରସ୍ତୁତ କରିବାକୁ ଆମେ ଜନସାଧାରଣଙ୍କ ପ୍ରତିନିଧି ଭାବରେ ଏଠାକୁ ଆସିଛୁ।ନାଗରିକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ସର୍ବଦା ବିତର୍କ ଏବଂ ଆଲୋଚନା କରିବା ଉଚିତ ବୋଲି ଶ୍ରୀ ବିର୍ଲା କହିଛନ୍ତି। ସଂସଦର ଏକ ଅଶାନ୍ତ ଶୀତ ଅଧିବେଶନ କାର୍ଯ୍ୟସୂଚୀରୁ ଗୋଟିଏ ଦିନ ପୂର୍ବରୁ ବୁଧବାର ଦିନ ଶେଷ ହୋଇଛି। ଉଭୟ ଲୋକସଭା ଏବଂ ରାଜ୍ୟସଭାର ସଠିକ ପରିଚାଳନାକୁ ବାରଣ କରୁଥିବା ସରକାର ଏବଂ ବିରୋଧୀ ଦଳ ପରସ୍ପରକୁ ଅଭିଯୋଗ କରିଛନ୍ତି।

- Advertisement -

ନଭେମ୍ବର ୨୯ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ରାଜ୍ୟସଭାରେ ୪୮% କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ଲୋକସଭାରେ ୮୨% କାର୍ଯ୍ୟ ସମ୍ଭବ ହୋଇଛି। ଲୋକସଭାରେ ଏହି ଅଧିବେଶନ କାଳରେ ୧୮ ଘଣ୍ଟା ୪୮ ମିନିଟ୍ ନଷ୍ଟ ହୋଇଥିବା ବେଳେ ରାଜ୍ୟସଭାରେ ବ୍ୟାଘାତ ହେତୁ ୪୫ ଘଣ୍ଟା ୩୪ ମିନିଟ୍ ନଷ୍ଟ ହୋଇଛି। କେବଳ ସେତିକି ନୁହେଁ, ବିଭିନ୍ନ ପ୍ରସଙ୍ଗରେ ଶାସକ ତଥା ବିରୋଧୀଦଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାପରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା ​​ଏବଂ ଡିସେମ୍ବର ୧ରେ ରାଜ୍ୟସଭାର ୧୨ ଜଣ ସଦସ୍ୟଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories