www.samajalive.in
Monday, December 8, 2025
27.1 C
Bhubaneswar

ଉକାମ୍ବାରେ ରୋଗୀ କଲ୍ୟାଣ ସମିତି ବୈଠକ

ରାମନାଗୁଡା : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନ ଉକାମ୍ବା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟା ଶାରଦା ସେନାପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡ଼. ସିଦ୍ଧାର୍ଥ ମଲ୍ଲିକ ଉପସ୍ଥିତ ଥିଲେ। ଏହି ବୈଠକରେ ସ୍ବାସ୍ଥ୍ୟ କେନ୍ଦ୍ର ଖର୍ଚ୍ଚ ସମ୍ପର୍କରେ ଆଲୋଚନା କରିବା ସହ ଆଗମୀ ବର୍ଷ ପାଇଁ ଆବଶ୍ୟକ ପାଣ୍ଠି ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡ଼. ସ୍ବାଗତ ସ୍ବାଇଁ ନୂତନ ଭାବରେ ନାମିତ ସ୍ବାସ୍ଥ୍ୟ କେନ୍ଦ୍ର ନାମ କରଣ ଉପରେ ସଂକ୍ଷେପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏହି ବୈଠକରେ ସ୍ବାସ୍ଥ୍ୟ ପରିଦର୍ଶକ ବି.କିଷ୍ନାରାଓ, ମହିଳା ସ୍ବାସ୍ଥ୍ୟକର୍ମୀ ବୃନ୍ଦାବତୀ ଶବର, ପୁରୁଷ ସ୍ବାସ୍ଥ୍ୟକର୍ମୀ ଶ୍ରୀକାନ୍ତ ସୁଆର, ପ୍ରଧାନ ଶିକ୍ଷକ ପ୍ରୁମୁଖ ଉପସ୍ଥିତ ଥିଲେ।ଏହି ବୈଠକ ଡ଼. ସିଦ୍ଧାର୍ଥ ମଲ୍ଲିକ ପରିଚାଳନା କରିଥିଲେ।।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories