www.samajalive.in
Monday, December 8, 2025
27.1 C
Bhubaneswar

ନୂଆ ବିବାହ ବିଲ୍‍ ମହିଳାଙ୍କୁ ଆତ୍ମନିର୍ଭର କରାଇବ ଏବଂ ନିଜ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ କରିବ- ସ୍ମୃତି ଇରାନୀ

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଲୋକସଭାରେ ଆଗତ କରାଯାଇଥିବା ବାଲ୍ୟ ବିବାହ ନିଷେଧ (ସଂଶୋଧନ) ବିଲ୍‍, ୨୦୨୧ ମହିଳାଙ୍କ ପାଇଁ ଆଇନଗତ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧିକରିବା ଏବଂ ତାହାକୁ ପୁରୁଷଙ୍କ ସହିତ ସମାନ କରିବା ପାଇଁ ଉଦ୍ଦିଷ୍ଟ ବୋଲି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ସରକାରଙ୍କ ଏଭଳି ପ୍ରୟାସକୁ ସେ ପ୍ରଶଂସା କରିବା ସହିତ ଏହା ଭାରତର ଇତିହାସରେ ଏକ ନିର୍ଣ୍ଣାୟକ ପଦକ୍ଷେପ ବୋଲି ସେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ କେତେକ ସଦସ୍ୟ ଏହାକୁ ନେଇ ଭିନ୍ନମତ ରଖିଛନ୍ତି। ସେମାନେ କହିଛନ୍ତି ଯେ କେବଳ ଆଇନଗତ ପରିବର୍ତ୍ତନ କରିଦେଲେ ବାଲ୍ୟ ବିବାହ ସମସ୍ୟାର ସମାଧାନ ହୋଇଯିବନାହିଁ। ବିରୋଧୀ ରାଜନୈତିକ ଦଳର ସଦସ୍ୟମାନେ କହିଥିଲେ, ସରକାରଙ୍କର ଏଭଳି ଉଦ୍ୟମ ଅନେକ ବ୍ୟକ୍ତିଗତ ଆଇନରେ ଅଯଥା ହସ୍ତକ୍ଷେପ କରିବା ସହିତ ମୌଳିକ ଅଧିକାରକୁ କ୍ଷୁଣ୍ଣ କରିବ। ସୂଚନାଯୋଗ୍ୟ ଯେ ବିଲ୍‍କୁ ଅଧିକ ପରୀକ୍ଷା ନିରୀକ୍ଷା କରିବା ପାଇଁ ଏକ ସଂସଦୀୟ ମଣ୍ଡଳି ନିକଟକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ ସରକାର ଭାରତୀୟ ଖ୍ରୀଷ୍ଟିଆନ ବିବାହ ଆଇନ, ପାର୍ସୀ ବିବାହ ଓ ବିଚ୍ଛେଦ ଆଇନ, ମୁସଲିମ ପର୍ସନାଲ ଲ (ଶାରିଆତ) ପ୍ରୟୋଗ ଆଇନ, ସ୍ୱତନ୍ତ୍ର ବିବାହ ଆଇନ, ହିନ୍ଦୁ ବିବାହ ଆଇନ ଏବଂ ବିଦେଶୀ ବିବାହ ଆଇନରେ ସଂଶୋଧନ କରିବାକୁ ଚାହୁଁଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories