www.samajalive.in
Monday, December 8, 2025
27.1 C
Bhubaneswar

ରାଫେଲ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଣରେ ବିଳମ୍ବ ସକାଶେ ଏମବିଡିଏ ଉପରେ ଜରିମାନା

ନୂଆଦିଲ୍ଲୀ: ରାଫେଲ ବିମାନ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଣରେ ବିଳମ୍ବ କାରଣରୁ ପ୍ରତିରକ୍ଷା ଉତ୍ପାଦନକାରୀ ଏମବିଡିଏ ଉପରେ କେନ୍ଦ୍ର ସରକାର ଜରିମାନା କରିବା ସହିତ ତାହା ନିକଟରୁ ଜରିମାନା ବାବଦ ଅର୍ଥ ମଧ୍ୟ ଆଦାୟ କରିସାରିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ୩୬ଟି ରାଫେଲ ବିମାନ ପାଇଁ ଏହି ସଂସ୍ଥା ଆବଶ୍ୟକ ଯୁଦ୍ଧାସ୍ତ୍ର ଯୋଗାଇଦେବା କଥା । ରାଫେଲ ଲଢୁଆ ବିମାନଗୁଡିକ ଡାସଲ୍ଟ ଆଭିଏସନ ଦ୍ୱାରା ନିର୍ମାଣ କରାଯାଉଥିବାବେଳେ ମାତ୍ରା ବିଏଇ ଡାଇନାମିକ୍ସ ଆଲେନିଆ (ଏମବିଡିଏ) ଏହି ଲଢୁଆ ବିମାନଗୁଡିକ ନିମନ୍ତେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇଥାଏ । ଭାରତ ୩୬ଟି ଫରାସୀ ରାଫେଲ ବିମାନ କିଣିବାକୁ ୨୦୧୬ ସେପ୍ଟେମ୍ବରରେ ଫ୍ରାନ୍ସ ସହିତ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଥିଲା ।
ଜଣାଯାଇଛି ଯେ ଏମବିଡିଏ ଜରିମାନା ଆକାବରରେ ୧ ନିୟୁତ ୟୁରୋରୁ କମ୍‍ ଅର୍ଥ ଭାରତ ସରକାରଙ୍କୁ ପ୍ରଦାନ କରିସାରିଛି । ଏହି କମ୍ପାନୀ ୨୦୧୯ ସେପ୍ଟେମ୍ବରରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ପ୍ରଥମ ପ୍ରଯୁଜ୍ୟ ବର୍ଷରେ ନିର୍ଦ୍ଧାରିତ ସମୟ ମଧ୍ୟରେ ରାଫେଲ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ବିଫଳ ହୋଇଥିଲା । ତାହାସହିତ ଏହା ଡିଆରଡିଓକୁ ହାଇ ଟେକନୋଲୋଜି ଯୋଗାଣରେ ମଧ୍ୟ ସଫଳ ହୋଇପାରିନଥିଲା । ଡିଆରଡିଓ ଭାରତରେ ହାଲୁକା ଲଢୁଆ ବିମାନ ପାଇଁ ସ୍ୱଦେଶୀ ସ୍ତରରେ କାବେରୀ ଇଞ୍ଜିନ ତିଆରି କରିବାକୁ ଏହି କମ୍ପାନୀ ନିକଟରୁ ବୈଷୟିକ ସହାୟତା ଲୋଡିଥିଲା । କିନ୍ତୁ ଉକ୍ତ ପ୍ରଯୁକ୍ତି ହସ୍ତାନ୍ତର ସମ୍ପର୍କରେ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ କିଛି କୁହାଯାଇନଥିବା ଭାରତର କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଗୋଟିଏ ଥର ଉଡାଣରେ ଚାରିଟି ଅଭିଯାନ କାର୍ଯ୍ୟକାରୀ କରିବାକୁ ସମର୍ଥ ରାଫେଲ ଲଢୁଆ ବିମାନକୁ ଭାରତୀୟ ବାୟୁସେନାରେ ୨୦୨୦ ସେପ୍ଟେମ୍ବର ୧୦ ତାରିଖରେ ଅମ୍ବାଲାସ୍ଥିତ ବାୟୁସେନା ଘାଟିରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଆନୁଷ୍ଠାନିକ ଭାବରେ ସାମିଲ କରାଯାଇଥିଲା ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories