www.samajalive.in
Monday, December 8, 2025
20.1 C
Bhubaneswar

କେନ୍ଦ୍ର ନ ଦେଲେ, ମୋ ସରକାର ଥିବାଯାଏଁ ଘର ପାଇଁ ହଇରାଣ ହେବେନାହିଁ ଓଡ଼ିଶାବାସୀ – ମୁଖ୍ୟମନ୍ତ୍ରୀ

ବିଜୁ ପକ୍କାଘର ମରାମତି ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କାଘର ଯୋଜନାରେ ଘର ପାଇଥିବା ହିତାଧିକାରୀମାନଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବାକୁ ରାଜ୍ୟ କ୍ୟାବିନେଟ ଆଜି ନିଷ୍ପତ୍ତି ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେହିପରି କେନ୍ଦ୍ରୀୟ ଯୋଜନାରେ ଘର ପାଇବାରୁ ବଂଚିତ ହୋଇଥିବା ଲୋକଙ୍କୁ ସେମାନଙ୍କ ଘର ମରାମତି ପାଇଁ ୫ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯିବାକୁ ନିଷ୍ପତି ହୋଇଛି। ଉଭୟ ସହାୟତା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।

ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୩୦ ଲକ୍ଷ ପରିବାର ଉପକୃତ ହେବେ ଓ ଏଥିପାଇଁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏହି ସୂଚନା ଦେଇଛନ୍ତି। ବିଜୁ ପକ୍କାଘର ଯୋଜନାରୁ ଏହି ଅତିରିକ୍ତ ଖର୍ଚ୍ଚ ବହନ କରାଯିବ ବୋଲି ଜଣାପଡିଛି।

- Advertisement -

ମୁଖ୍ୟମନ୍ତ୍ରୀ କହିଛନ୍ତି, ଘର ହେଉଛି ଗୋଟିଏ ପରିବାରର ପରିଚୟ ଏବଂ ଭଲ ଘରଟିଏ ସମସ୍ତଙ୍କ ସ୍ବପ୍ନ। ସେ କହିଛନ୍ତି, ଓଡିଶା ଉପରେ ସବୁବେଳେ ବାତ୍ୟା ଓ ବନ୍ୟାର ଭୟ ରହୁଛି ତେଣୁ ଆଶ୍ରୟ ଓ ସୁରକ୍ଷା ସବୁଠୁ ବଡ ଆବଶ୍ୟକତା ଭାବେ ଉଭା ହୋଇଛି। ସମସ୍ତଙ୍କ ପାଇଁ ଛାତ ଘରଟିଏ ବିଜୁ ବାବୁଙ୍କ ସ୍ବପ୍ନ ଥିଲା ଓ ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ବିଜୁ ପକ୍କା ଘର ଯୋଜନା କରାଯାଇଛି। ସେ କହିଛନ୍ତି, ଗ୍ରାମାଞ୍ଚଳରେ ଘର ନିର୍ମାଣରେ ଓଡିଶା ସାରା ଦେଶରେ ଆଗୁଆ ରାଜ୍ୟ ହୋଇପାରିଛି। ଏହି ଯୋଜନାରେ ଏପର୍ଯ୍ୟନ୍ତ ୨୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାରେ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡିକର ଅଧିବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories