www.samajalive.in
Monday, December 8, 2025
17.1 C
Bhubaneswar

ଘର ଭାଙ୍ଗିଲା ଦନ୍ତା

ପାଟଣା :  ପାଟଣା ବନାଞ୍ଚଳରେ ୨୬ ଘରିଆ ହାତୀ ଉପଦ୍ରବ ପରେ ପରେ ଏହି ହାତୀ ପଲ ଏବେ ବେଲଦା ଜଙ୍ଗଲରେ ଡେରା ପକାଇ ଥିବା ବେଳେ ରବିବାର ରାତିରେ କରଞ୍ଜିଆ ଅଞ୍ଚଳରୁ ଗୋଟିଏ ଗୋଠଛଡ଼ା ଦନ୍ତା ପାଟଣା ବନାଞ୍ଚଳରେ ପଶି ଉପଦ୍ରବ ଆରମ୍ଭ କରିଛି।  ଦନ୍ତା ରାତିରେ କୋଡଖମଣ ଗ୍ରାମରେ ୭ ଟି ଘର ଭାଙ୍ଗିବା ସହ ଗୋଟିଏ ଘରର ଆଂଶିକ କ୍ଷତି କରିଛି। ଏହି ଦନ୍ତା ହାତୀଟି ରବିବାର ମହ୍ଲାରପଦା ଗ୍ରାମର ମହୁର ସେଠୀ,ଦୋଳ ଗୋବିନ୍ଦ ଦେହୁରୀ,ଯୁଗଳ କିଶୋର ଦେହୁରୀ ଓ ପରମାନନ୍ଦ ସିଂହଙ୍କ ଘର ଭାଙ୍ଗିଥିବା ବେଳେ ଧାରୁଆପଡ଼ା ଗ୍ରାମର କଳାକାର ନାଏକ, ନବୀନ ଚନ୍ଦ୍ର ମହାନ୍ତ ଓ ଘନଶ୍ୟାମ ମହାନ୍ତଙ୍କ ଘର ଭାଙ୍ଗିଛି। ସେହିପରି ଦନ୍ତା ହାତୀ ଟି ଉଦୟପୁର ଓ ରାଜନଗର କ୍ଷେତ୍ରାଞ୍ଚଳ ରେ କ୍ଷତି ଘଟାଇବା ପରେ କୋଡଖମଣ ଜଙ୍ଗଲରେ ରହିଥିବାରୁ ଆଖ ପାଖ ଗ୍ରାମରେ ତାଟି କବାଟ ପଡ଼ିଯାଇଛି। ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତଙ୍କ ସହ ବନବିଭାଗ ପକ୍ଷରୁ ଏହି ହାତୀଟି ଉପରେ ନଜର ରଖାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories