www.samajalive.in
Tuesday, December 9, 2025
17.1 C
Bhubaneswar

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଖେଳ, ପିକନିକ୍ ,ପୂଜା ମହୋତ୍ସବ ମାଧ୍ୟମରେ ବଳ ସାଉଁଟୁଛନ୍ତି ନେତା

ରେଙ୍ଗାଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତିଥି, ବାର, ତାରିଖ ଘୋଷଣା ବାକି ରହିଛି। ସେହିପରି ନିର୍ବାଚନର ଫାଇନାଲ୍ ବିଗୁଲ୍ ବାଜିବା ପୁର୍ବରୁ ଅଶାୟୀ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଛକା ପଞ୍ଝା ଚାଲିଛି। ଦଳୀୟ ମୁଖିଆଙ୍କ ଆସ୍ଥା ଭାଜନ ହେବାକୁ ଅଶାୟୀମାନେ ବ୍ୟାପକ କସରତ କରୁଥିବାର ଦେଖିବାକୁ ମିଳୁଛି। ଆଶାୟୀମାନେ ଯୁବ ଭୋଟରମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ କ୍ରିକେଟ, ଫୁଟବଳ ବିଭିନ୍ନ ପୂଜା ମହୋତ୍ସବ ଆଦିର ଆୟୋଜନର ମୁଖ୍ୟ ପୁରୋଧା ସାଜି ଏସବୁ ଆୟୋଜନର ସିଂହଭାଗ ଅର୍ଥ ନିଜେ ବହନ କରୁଥିବାର ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
ଆଶାୟୀ ପ୍ରାର୍ଥୀ ମାନେ ବଳ ସାଉଁଟିବା ପାଇଁ ଯୁବ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ଆର୍ଥିକ ପ୍ରୋତ୍ସାହନ ଦେଇ ପିକନିକ ପାର୍ଟିର ଆୟୋଜନ କରାଇ ଶକ୍ତି ବୃଦ୍ଧିର ପ୍ରୟାସ ଜାରି ରହିଖଛନ୍ତି। ଗାଁ ମାନଙ୍କରେ ଥିବା ବିଭିନ୍ନ ଗୋଷ୍ଠୀକୁ ହାତରେ ରଖିବାକୁ ଛୋଟ ଛୋଟ ଆକାର ଭୋଜିଭାତରେ ଲୋକଙ୍କୁ ଆପ୍ୟାୟିତ କରାଯାଉଛି। ଚା’ ଦୋକାନ, ପାନ ଦୋକାନ, ହୋଟେଲ ଆଦି ଖଟି ଆସର ଜମୁଥିବା ସ୍ଥାନ ମାନଙ୍କ ରେ ଆଶାୟୀ ପ୍ରାର୍ଥୀ ମାନେ ସମର୍ଥକ ଗହଣରେ ବସି ଭୋଟର ମାନଙ୍କୁ କିପରି ଆକୃଷ୍ଟ କରିହେବ ସେସଂକ୍ରାନ୍ତିୟ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତଥିବା ବେଳେ କିଏ ଟିକେଟ ପାଇବ କିଏ ବାଦ୍ ପଡିବ ସେନେଇ ମଧ୍ୟ ଅଙ୍କ କଷା ଦିନରାତି ଚାଲିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories