www.samajalive.in
Monday, December 8, 2025
27.1 C
Bhubaneswar

ୟୁଥ୍ ଫର୍ ଭିଲେଜ ପକ୍ଷରୁ ଉପେନ୍ଦ୍ର ସ୍ମାରକୀ ରକ୍ତଦାନ ଶିବିର

ଗଞ୍ଜାମ: ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାସି ପଞ୍ଚାୟତ ଛୋଟାବସା ନିକଟସ୍ଥ ନୀଳକଣ୍ଠେଶ୍ୱର୍ ଶିକ୍ଷା କେନ୍ଦ୍ର ପରିସରରେ ସଦସ୍ୟ ସ୍ବର୍ଗତ ଉପେନ୍ଦ୍ର କୁମାର ରେଡ୍ଡୀଙ୍କ ସ୍ମୃତିରେ ଉପେନ୍ଦ୍ର ସ୍ମାରକୀ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିଲା। ରକ୍ତର ଅଭାବକୁ ଦୂର କରିବା ପାଇଁ ଗ୍ରାମାଞ୍ଚଳ ରେ ତୃଣମୂଳ ସ୍ତରରେ ରକ୍ତ ଦାନ ନିମନ୍ତେ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅନୁଷ୍ଠାନ ପକ୍ଷରୁ ସଦସ୍ୟ ପ୍ରତ୍ୟେକ ବର୍ଷ ରକ୍ତଦାନ ଶିବିର ଆୟୋଜନ କରାଯାଉଛି।

ୟୁଥ କ୍ଳବ ପ୍ରତିଷ୍ଠାତା ଡି.ଦେବହରି ରେଡିଙ୍କ ତତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ଗଞ୍ଜାମ ପ୍ରେସ କ୍ଳବ୍ ଉପଦେଷ୍ଠା ଉମାକାନ୍ତ ବେହେରା ସଭାପତିତ୍ବ ରେ ଉଦଘାଟନୀ ଉତ୍ସବରେ ନେହରୁ ଯୁବ କେନ୍ଦ୍ର ଗଞ୍ଜାମ ଜିଲ୍ଲା ଯୁବ ସଂଯୋଜକ ଅକ୍ଷୟ ଭାସ୍କର ନିପାଣେ,ଅବସରପ୍ରାପ୍ତ ହିସାବ ରକ୍ଷକ ସୁଦାମ ଚରଣ ସାବତ, ସି.ଆର୍.ସି.ସି ପ୍ରକାଶ ଚନ୍ଦ୍ର ବେହେରା,ଏମ୍ କେ ସି ଜି ରକ୍ତ ଭଣ୍ଡାର କ୍ୟାମ୍ପ ଟିମ ମୁଖ୍ୟ ସୁଶାନ୍ତ କୁମାର ପାଣିଗ୍ରାହି ,ମଙ୍ଗୁଲୁ ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନକୁ ଉଚ୍ଚ ପ୍ରଂଶସା କରିଥିଲେ। ମହାରାଜ କୃଷ୍ଣ ଚନ୍ଦ୍ର ମେଡିକାଲ କଲେଜ ରକ୍ତ ଭଣ୍ଡାର ଦ୍ଵାରା ମୋଟ ୪୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବିର ରେ ଏସ୍ ଧାର୍ମା ରେଡ଼ି ପ୍ରଥମେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ।କ୍ଲବ ର ସମସ୍ତେ ଏହି କାର୍ୟ୍ୟ କ୍ରମ ରେ ସହଯୋଗ କରିଥିଲେ ।

 

- Advertisement -

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories