www.samajalive.in
Monday, December 8, 2025
24.1 C
Bhubaneswar

ଅଜଣା ଶବର ସାଥୀ ଦୟାନିଧି : ଟାଇମସ୍ ୱାନ ପକ୍ଷରୁ ସମ୍ବର୍ଦ୍ଧନା

ଗୁଣୁପୁର : ଦୟା ବାବୁ ଏଠାରେ ଶବ ଟିଏ ପଡିଛି । ଦାହ କରିବାକୁ କେହି କୁଆଡେ ନାହାନ୍ତି କେମିତି ଶ୍ମଶାନ କୁ ନେବା ବ୍ୟବସ୍ଥା କରିବା। ଏତିକି ଶୁଣିବା ମାତ୍ରେ ସେହି ଜାଗାରେ ପହଞ୍ଚି ଯାଆନ୍ତି ଦୟାନିଧି ବାରିକ। କେହି କେହି ତାଙ୍କୁ ଦୟାର ସାଗର ଦୟାନିଧି ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି । ରାୟଗଡା ଜିଲ୍ଲା ଗୁଣୁପୁର ରେ ରହନ୍ତି ଦୟାନିଧି। ଡାକ୍ତରଖାନା ହେଉ କି କୌଣସି ଅଜଣା ଅଶୁଣା ଘର, ଶବ ଟିକୁ ଅସମ୍ମାନ ହେଉଥିବା ସେ ସହ୍ୟ କରି ପାରନ୍ତି ନାହିଁ । ଯେତେ ଯୁଆଡେ କାମଧନ୍ଦା ଥିଲେ ମଧ୍ୟ ଆଗ ଦଉଡି ଯାଆନ୍ତି ଶବ ନିକଟକୁ । ଉପଯୁକ୍ତ ସମ୍ମାନ ଦେଇ ଶବକୁ ଦାହ ସଂସ୍କାର ବ୍ୟବସ୍ଥା ଏକାକୀ କରି ଦିଅନ୍ତି ଦୟାନିଧି। ତାଙ୍କର ଏଭଳି ସେବା ମନୋଭାବ ଦେଖି ଗୁଣୁପୁରର ବଦାନ୍ୟ ବ୍ୟକ୍ତି ସଂଜୟ ସାହୁ ଏକ ସ୍ୱର୍ଗ ରଥ ଗାଡ଼ି ତାଙ୍କୁ ଯୋଗାଇ ଦେଇଛନ୍ତି । ଯେଉଁଥିରେ ମାଗଣାରେ ଶବ ବୋହୁଛନ୍ତି ଦୟାନିଧି । ଆଜି ପର୍ଯ୍ୟନ୍ତ ସେ  ୧୧୬୦ଟି ଶବ ଏକାକୀ ବୋହି ସାରିଲେଣି । ତାଙ୍କର ଏଭଳି ନିଃସ୍ୱାର୍ଥପର ସେବା ଯୋଗୁଁ ଟାଇମସ୍  ୱାନ ପକ୍ଷରୁ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ରାଜଧାନୀ ଭୁବନେଶ୍ବରରେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସମ୍ବର୍ଦ୍ଧିତ କରିଛନ୍ତି । ଏଭଳି ସମ୍ବର୍ଦ୍ଧନା ଯୋଗୁଁ ତାଙ୍କୁ ଆହୁରି ସମାଜ ପାଇଁ କାର୍ଯ୍ୟ କରିବାକୁ ଉତ୍ସାହ ବଢିଛି ବୋଲି କହିଛନ୍ତି ଦୟାନିଧି । ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଦୟାନିଧିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories