www.samajalive.in
Monday, December 8, 2025
20.1 C
Bhubaneswar

ଆଫ୍‍ସ୍ପାରେ ଆସିବ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ

ନୂଆଦିଲ୍ଲୀ: ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ୍‍(ଆଫ୍‍ସ୍ପା)ରେ କେତେକ ସଂଶୋଧନ ଆଣିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ପ୍ରଚଳିତ ଆଇନ୍‍ରୁ ‘ଇଭେନ୍‍ କଜିଂ ଅଫ୍‍ ଡେଥ୍‍’ ସର୍ତ୍ତକୁ ଉଚ୍ଛେଦ କରାଯିବ। ଏହି ସର୍ତ୍ତ ଅନୁଯାୟୀ ଜୀବନ ପ୍ରତି ଆଞ୍ଚ ଆସୁଥିବା ହୃଦ୍‍ବୋଧ ହେଲେ ସୈନିକମାନଙ୍କୁ ଗୁଳି ଚାଳନା କରିପାରିବାର ଅଧିକାର ଓ କ୍ଷମତା ଦିଆଯାଇଛି।
ଗତ କିଛି ବର୍ଷ ଧରି ଏହି ଆଇନର ଦୁରୁପଯୋଗ ହେଉଥିବା ଅଭିଯୋଗ ଆସୁଥିଲା। ଆଫ୍‍ସ୍ପା ପ୍ରତ୍ୟାହାର ପାଇଁ ଇରମ୍‍ ଶର୍ମିଲା ଦୀର୍ଘ ୧୬ ବର୍ଷ ଧରି ବିରୋଧ କରି ଆସୁଥିଲେ। ତେଣୁ ଆଇନରେ ସୈନିକଙ୍କୁ ଦିଆଯାଇଥିବା ମାତ୍ରାଧିକ କ୍ଷମତା ପ୍ରତ୍ୟାହାର ପାଇଁ ବହୁ ପୂର୍ବରୁ ପ୍ରସ୍ତାବ ଆସିଥିଲା। ପ୍ରସ୍ତାବ ବିରୋଧରେ ପ୍ରାୟ ୩୦୦ ସୈନିକ ସୁପ୍ରିମକୋର୍ଟରେ ଫେରାଦ ହୋଇଥିଲେ। ମାମଲାର ଶୁଣାଣି କରି ଆଫ୍‍ସ୍ପାରେ ଗୁଳି କ୍ଷମତାକୁ ନିୟନ୍ତ୍ରଣ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ।
ଆଫ୍‍ସ୍ପାରେ ସଂଶୋଧନ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଆଇନ୍‍ ସଂଶୋଧନ ହେଲେ ମଧ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବ ନାହିଁ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories