www.samajalive.in
Monday, December 8, 2025
20.1 C
Bhubaneswar

ବିବାହର ଦିନେ ପୂର୍ବରୁ ପୁରୁଷ ବନ୍ଧୁଙ୍କ ସହ ବର ଫେରାର

ନୂଆଦିଲ୍ଲୀ: ହରିୟାଣାର ଯମୁନାନଗରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ବିବାର ମାତ୍ର ଦିନେ ପୂର୍ବରୁ ବର ଘରୁ ଫେରାର ହୋଇଯାଇଛି। ଖବର ନେବାରୁ ଏହା ଏକ ସମଲିଙ୍ଗୀ ସମ୍ପର୍କ ବୋଲି ଜଣାପଡ଼ିଛି।
ଯମୁନାନଗରର କାଂସାପୁର ଠାରେ ରହୁଥିବା ୨୫ବର୍ଷିୟ ଏହି ଯୁବକର ନିର୍ବନ୍ଧ ବର୍ଷେ ପୂର୍ବରୁ ପଞ୍ଜାବର ମୁବାରକପୁରର ଜନୈକା କନ୍ୟା ସହ ହୋଇଥିଲା। ଚଳିତ ମାସର ୧୧ସେପ୍ଟେମ୍ବରରେ ଉଭୟଙ୍କ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ ବିବାହର ଗୋଟିଏ ଦିନ ପୂର୍ବରୁ ଯେତେବେଳେ ପରିବାରବର୍ଗ ସଙ୍ଗୀତ ପାଳୁଥିଲେ ସେତେବେଳେ ଉକ୍ତ ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳକ ସହ ଫେରାର ହୋଇଯାଇ ଥିଲା। ଏହି ନାବାଳକ ଜଣକ କିଛି ଦିନ ପୂର୍ବେ ବିବାହ ବାତିଲ କରିବାକୁ ପରିବାରବର୍ଗଙ୍କୁ ଧମକ ଦେଇଥିବା ବରର ମା’ ପୁଲିସକୁ ସୂଚନା ଦେଇଛନ୍ତି। ପୁଲିସ ପକ୍ଷରୁ ଉଭୟଙ୍କ ମୋବାଇଲ ନମ୍ବରକୁ ତଦନ୍ତ ପରିସରକୁ ଅଣାଯାଇ ତଦନ୍ତ ଆରମ୍ଭ ହୋଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories