ମହିଳାଙ୍କୁ ମାଡ଼ ମାରି ଡିଏମକେ କର୍ପୋରେଟର ବହିଷ୍କୃତ

0

ଚେନ୍ନଇ: ତାମିଲନାଡ଼ୁର ଜନୈକ ପ୍ରାକ୍ତନ ଡିଏମକେ କର୍ପୋରେଟଙ୍କ ଜଘନ୍ୟ କାଣ୍ଡ ପାଇଁ ତାଙ୍କୁ ଦଳ ବହିଷ୍କାର କରିବା ସହ ତାଙ୍କ ସଭ୍ୟପଦକୁ ରଦ୍ଦ କରିଛି। ୨୫ମେ ୨୦୧୮ରେ ଏକ ମହିଳା ସେଲୁନ ମଧ୍ୟରେ କର୍ପୋରେଟର ଜଣକ ପ୍ରବେଶ କରି ସେଠାରେ ଥିବା ଜଣେ ମହିଳା କର୍ମଚାରୀଙ୍କୁ ଲାତ ମରୁଥିବା ଦୃଶ୍ୟ ସିସି ଟିଭିରେ ରେକର୍ଡ଼ ହୋଇଥିଲା। ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଥିଲା। ଡିଏମକେ ପକ୍ଷରୁ ଉକ୍ତ ମହିଳା କର୍ମଚାରୀଙ୍କୁ ପରବର୍ତ୍ତୀ ସମୟରେ ମାମଲା ପ୍ରତ୍ୟାହାର କରିବାକୁ ଚାପ ପ୍ରୟୋଗ କରାଯାଇ ଥିଲା। ତେବେ ଦୀର୍ଘ ଦିନ ପରେ କୋର୍ଟର ହସ୍ତକ୍ଷେପ ପରେ ଡିଏମକେ ନେତାଙ୍କୁ ଦଳରୁ ବହିଷ୍କାର କରିବା ସହ ତାଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ ହୋଇଛି।

prayash

kalyan agarbati
Leave A Reply