www.samajalive.in
Sunday, December 7, 2025
15.1 C
Bhubaneswar

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ‘ଓମିକ୍ରନ୍’ ଭାରିଆଣ୍ଟରେ ସଂକ୍ରମିତ ରୋଗୀଙ୍କ ମୋଟ ସଂଖ୍ୟା ୫୬ କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ମହାରାଷ୍ଟ୍ର ହେଉଛି ସର୍ବାଧିକ ପ୍ରଭାବିତ ରାଜ୍ୟ ଯେଉଁଠାରେ ଏପର୍ୟ୍ୟନ୍ତ ମୋଟ ୨୮ ଟି ମାମଲା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ରାଜସ୍ଥାନ ୧୩ ଟି ମାମଲା ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଏହା ବ୍ୟତୀତ ଗୁଜୁରାଟ (୪), କର୍ଣ୍ଣାଟକ (୩), କେରଳ (୧), ଆନ୍ଧ୍ରପ୍ରଦେଶ (୧) ଏବଂ ଦିଲ୍ଲୀ (୬) ରେ ମାମଲା ରହିଛି।
ଏହି ଭାରିଆଣ୍ଟର ସଂକ୍ରମଣ ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି। ଏଥି ସହିତ, କେନ୍ଦ୍ର ସରକାର ବୁଷ୍ଟର ଡୋଜ ଉପରେ ଶୀଘ୍ର କାର୍ୟ୍ୟ କରୁଛନ୍ତି ଯାହା ଦ୍ୱାରା ଏହି ବିପଜ୍ଜନକ ପ୍ରକାରର ମୁକାବିଲା କରାଯାଇପାରିବ।
ବ୍ରିଟେନରୁ ଗୌତ୍ତମବୁଦ୍ଧ ନଗରକୁ ଆସିଥିବା ପାଞ୍ଚ ଜଣଙ୍କ ମଧ୍ୟରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଗୌତ୍ତମବୁଦ୍ଧ ନଗରକୁ ସିଏମଓ ଡାକ୍ତର ସୁନୀଲ ଶର୍ମା ଏହା ନିଶ୍ଚିତ କରିଛନ୍ତି। ସମସ୍ତ ସଂକ୍ରମିତଙ୍କ ନମୁନାକୁ ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଛି, ଯାହାଦ୍ୱାରା ଓମିକ୍ରନ୍ ସଂକ୍ରମଣର ଯାଞ୍ଚ ହୋଇପାରିବ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ଏଯାଏଁ ମୋଟ ୭୭ ଟି ଦେଶରେ ଓମିକ୍ରନ୍ ବ୍ୟାପିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories