www.samajalive.in
Monday, December 8, 2025
20.1 C
Bhubaneswar

ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ଦଖଲରେ ୧୮ ଏକର ସରକାରୀ ଜମି!

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ଦଖଲରେ ୧୮ ଏକର ସରକାରୀ ଜମି ରହିଛି। ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ‘ଦି ଓୟାର’ ସୂତ୍ରରୁ ଜାଣିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏ ସମ୍ପର୍କିତ ଏକ ଖବରରୁ ଜଣାଯାଇଛି ଯେ ରିନିକି ଭୂୟାଁ ଶର୍ମାଙ୍କ ଦ୍ୱାରା ମିଳିତ ଭାବରେ ସ୍ଥାପନ କରାଯାଇଥିବା ଏକ ରିଅଲ ଇଷ୍ଟେଟ କମ୍ପାନୀ ଦଖଲରେ ସଂପ୍ରତି ପ୍ରାୟ ୧୮ ଏକର ସରକାରୀ ଜମି ରହିଛି। ଉକ୍ତ ଜମି ରାଜ୍ୟର ଭୂମିହୀନ ବ୍ୟକ୍ତି ଏବଂ ସଂସ୍ଥାଗୁଡିକ ନିମନ୍ତେ ଉଦ୍ଦିଷ୍ଟ ଥିଲା। ଆସାମ ସରକାରଙ୍କ ଜମିଜମା ପୋର୍ଟାଲ ସୂତ୍ରରୁ ମଧ୍ୟ ଜଣାଯାଇଛି ଯେ ଏହି ରିଅଲ ଇଷ୍ଟେଟ କମ୍ପାନୀ ଆରବିଏସ ରିଅଲଟର୍ସ ପ୍ରାଇଭେଟ ଲିମିଟେଡ ସରକାରଙ୍କ ଠାରୁ ଦୁଇଟି ପ୍ଲଟ ଖରିଦ କରିଛି, ଯେଉଁ ଜମି ମୂଳତଃ ଉତ୍ତର ଗୁଆହାଟିର ବିଭିନ୍ନ କଲ୍ୟାଣକାରୀ ସଂସ୍ଥାକୁ ୨୦୦୬-୦୭ରେ ଆବଣ୍ଟନ କରା ଯାଇଥିଲା। ମୋଟ ଉପରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟବହାର କରାଯିବାକୁ ଥିବା ପ୍ରାୟ ୧୮ ଏକର ସରକାରୀ ଜମି ସଂପ୍ରତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପୁଅଙ୍କ ଦ୍ୱାରା ପରିଚାଳିତ କମ୍ପାନୀ ମାଲିକାନାରେ ରହିଛି ଏବଂ ସେଥିମଧ୍ୟରୁ ଅତ୍ୟନ୍ତ ମୂଲ୍ୟବାନ ପ୍ରାୟ ୬.୮୯ ଏକର ଜମି ଟେକ୍‍ ସିଟି ନିକଟରେ ରହିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories