www.samajalive.in
Thursday, December 11, 2025
27.1 C
Bhubaneswar

ପରିତ୍ୟକ୍ତ ଅବସ୍ଥାରେ ନଙ୍ଗଳବେଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ଲାଞ୍ଜିଗଡ଼ : ସମସ୍ତ ସରକାରୀ ସେବା ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଇବାକୁ ନେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି । ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ନଙ୍ଗଳବେଡା ଗାଁରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ଏହା ଉପରେ ନିର୍ଭର କରୁଥିବା ଛତ୍ରପୁର, ବାତେଲିମା, ଚମ୍ପାଦେଇପୁର ଓ ବନ୍ଧପାରି ଗ୍ରାମପଞ୍ଚାୟତର ପଚାଶରୁ ଉର୍ଦ୍ଧ୍ୱ ରାଜସ୍ୱ ଗ୍ରାମର ଶହଶହ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟ ବ୍ୟତୀତ ଲୋକେ ଜାତି, ବାସସ୍ଥାନ, ଆୟ ପ୍ରମାଣ ପତ୍ର ପାଇଁ ନଙ୍ଗଳବେଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିବାବେଳେ ଏଠାରେ ଥିବା କାର୍ଯ୍ୟାଳୟଟି ସଂପୂର୍ଣ୍ଣ ଭାବେ ଭଙ୍ଗାଦଦରା ହୋଇ ପଡିବା ସହିତ ଏବେ ଲଟାବୁଦାରେ ଏହା ଭୁତକୋଠୀ ପାଲଟିଛି ।
ଏହି କାର୍ଯ୍ୟାଳୟର ସମସ୍ତ ରେକର୍ଡପତ୍ର ଏବେ ଲାଞ୍ଜିଗଡସ୍ଥିତ ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟରେ ଗଛିତ ରଖାଯାଇଥିବାବେଳେ ସେଠାରୁ ଏହି କାର୍ଯ୍ୟାଳୟ ପରିଚାଳିତ ହେଉଛି । ତେବେ ଏହାଦ୍ୱାରା ଲୋକେ ଲାଞ୍ଜିଗଡକୁ ଦୌଡି ଦୌଡି ଲୋକେ ନୟାନ୍ତ ହେଉଛନ୍ତି । ସେହିପରି ନଙ୍ଗଳବେଡା ପାଇଁ ସ୍ଥାୟୀ ରାଜସ୍ୱ ନିରୀକ୍ଷକ ନଥିବାରୁ ଲୋକଙ୍କ ସମସ୍ୟା ଆହୁରି ଦ୍ୱିଗୁଣିତ ହୋଇଯାଉଛି । ଏଣୁ ନଙ୍ଗଳବେଡାଠାରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ଯୁବ ସମାଜସେବୀ ସୁବାସ ହିଆଁଲ, ମହେନ୍ଦ୍ର କରୁଆଁ, ରାଜୀବ ମାଝୀଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories