www.samajalive.in
Sunday, December 7, 2025
15.1 C
Bhubaneswar

ସମ୍ଭାବ୍ୟ ବାତ୍ୟା ପାଇଁ ଧାମରାରେ ଏନ.ଡି.ଆର.ଏଫ ଟିମ୍, ଜିଲ୍ଲାପାଳଙ୍କ ଧାମରା ଗସ୍ତ

ଧାମରା: ସମ୍ବାବ୍ୟ ବାତ୍ୟା ଜୱାଦ ପାଇଁ ଧାମରାରେ ଏନ.ଡି.ଆର.ଏଫ ଟିମ। ଆଜି ମଧ୍ୟ ରାତ୍ରରୁ ପାଗର ପରିବର୍ତନ ନେଇ ସମସ୍ତେ ବ୍ୟସ୍ତ ଥିବା ବେଳେ ଜିଲ୍ଲାପାଳ ,ଉପଜିଲ୍ଲାପାଳ, ତହସିଲଦାର, ଓ ବିଡିଓ ଧାମରା ଅଂଚଳ ଗସ୍ତ କରିଛନ୍ତି। ଜିଲ୍ଲାପାଳ ତ୍ରୀଲୋଚନ ମାଝୀ ଧାମରାରେ ପୁର୍ବହ୍ନ ୧୧ଟାରେ ପହଁଚିବା ପରେ ପ୍ରଥମେ କଇଥଖୋଲା , ଦୋସିଙ୍ଗା, ଅମରନଗର , ଜାଗୁଳା , ଝାଡକଟା ସହିତ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ ପରିଦର୍ଶନ କରିବା ସହିତ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ତହସିଲଦାର ସୁଶାନ୍ତ ସୁତାର ଓ ବିଡିଓ ଜ୍ୟୋତି ବିକାଶ ଦାସଙ୍କୁ ପରାମର୍ଶ ଦେଇଥିଲେ। ତଳିଆ ଅଂଚଳର କଚ୍ଚା ଘରେ ବସବାସ କରୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ କିମ୍ବା ସ୍କୁଲ ମାନଙ୍କରେ ନିର୍ମିତ ମିନି ରେଡକ୍ରସକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟ ପକ୍ଷରେ ଗତକାଲି ବିଳମ୍ବିତ ରାତିଠାରୁ ଏନ.ଡି.ଆର.ଏଫ ଟିମର ଏକ ୩୦ ଜଣିଆ ଟିମ ଧାମରାରେ ପହଁଚି ଗଙ୍ଗାମାତା ମନ୍ଦିରରେ ଡେରା ପକାଇଥିବା ଦେଖିବାକୁ ମିଳିଛି।
ଚଳିତ ବର୍ଷ ମେ ମାସରେ ବାତ୍ୟା ୟଶ ର କ୍ଷୟ କ୍ଷତି ଏ ପର୍ଯ୍ୟନ୍ତ ଭରଣା ହୋଇ ନ ଥିବା ବେଳେ ଫୁଣି ପସଲ ଆମଦାନୀ ସମୟରେ ବାତ୍ୟା ଜୱାଦ ଚାଷୀ କୂଲକୁ ଦାଣ୍ଡରୁ ନେଇ ହାଟରେ ବସାଇ ଦେଇଛି। ଶତ ଚେଷ୍ଟା କରି ମଧ୍ୟ ୯୫ ପ୍ରତିଶତ ଲୋକେ ଫସଲ ଅମଳ କରି ନ ପାରିବା ଓ ବାତ୍ୟା ପାଇଁ ଘରଦ୍ୱାରା ଛାଡି ବାତ୍ୟା ଆଶ୍ରୟ ସ୍ଥଳରେ ଆଶ୍ରୟ ନେବାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ବାତ୍ୟା ୟଶ ରେ ଭୁଷୁଡି ପଡିଥିବା ଘର ଓ ଭାଙ୍ଗି ଯାଇଥିବା ଦୁର୍ବଳ ଲୁଣା ବନ୍ଧର ଘାଇ ଏ ପର୍ଯ୍ୟନ୍ତ ମରାମତି ସରି ନ ଥିବା ବେଳେ ଫୁଣି ବାତ୍ୟା ଜୱାଦର ଭୟବହତାକୁ ନେଇ ପ୍ରଶାସନର ପ୍ରଚାର ସେମାନଙ୍କୁ ଅଧିକ ବ୍ୟସ୍ତ ଓ ବିବ୍ରତ କରିଛି।
ଧିରେ ଧିରେ ପାଗର ପରିବର୍ତନ ହେବାକୁ ବସିଥିବା ବେଳେ ଆକାଶ ମେଘାଚ୍ଛନ୍ନ ସହିତ କୋହଲା ପାଗ ଲୋକ ମାନଙ୍କୁ ଆତଙ୍କିତ କରିଛି। ଆଜି ରାତିଠାରୁ ସମୁଦ୍ର ଅଶାନ୍ତ ହେବ ବୋଲି ମତ୍ସ୍ୟଜିବୀ ସଂଘ ଡାକବାଜି ଯନ୍ତ୍ର ଦ୍ୱାରା ସର୍ତକ କରାଇବା ପରେ ମତ୍ସ୍ୟଜିବୀ ମାନେ କୂଳମୁହାଁ ହୋଇଛନ୍ତି।। ଯିଏ ଜୁଆଡେ ପାରୁଛି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ବାହାରି ଯାଇଛନ୍ତି ରାତି ସୁଦ୍ଧା ଧାମରା ମାଛ ଧରା ଜେଠୀ ଖାଲି କରିବାକୁ ମତ୍ସ୍ୟଜିବୀ ମାନଙ୍କୁ ସର୍ତକ କରାଯାଇଥିବାରୁ ନଦୀ ନାଳରେ ବୋଟ ଭେଳା ଭେଳା ହୋଇ ଆଶ୍ରୟ ନେଇଛନ୍ତି। ଜିଲ୍ଲାପାଳଙ୍କ ଧାମରା ଗ୍ରସ୍ତ ସମୟରେ ଉପଜିଲ୍ଲାପାଳ ମନୋଜ ପାତ୍ର , ସୁପରଭାଇଜର ଦାଶରଥୀ ଦାସ, ଧାମରା ଆରଆଇ ତୁଷାର ମହାପାତ୍ର , ଧାମରା ସାମୁଦ୍ରିକ ଥାନାଧିକାରୀ ତୁସିଲ ମାଝୀ , ବିଡିଓ, ତହସିଲଦାର ଓ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ ଗତକାଲି ଠାରୁ ପ୍ରଶାସନ ପକ୍ଷରୁ ବାତ୍ୟା ଘୋଷଣା ପରେ ସାଧାରଣଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସଂଗ୍ରହ କରିବା ପାଇଁ ବଜାରରେ ଭିଡ ଲଗାଇଥିବା ଦେଖିବାକୁ ମିଳିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories