www.samajalive.in
Monday, December 8, 2025
17.1 C
Bhubaneswar

ସାମ୍ଭାବ୍ୟ ସାମୁଦ୍ରିକ ଝଡ ପାଇଁ ସମୁଦ୍ର ଜୁଆରିଆ ; କ୍ଷେତରେ ପଚୁଛି ପାଚିଲା ଧାନ

ଆରଡି : ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସାମୁଦ୍ରିକ ଝଡବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ନେଇ କୃଷିବିଭାଗ କ୍ଷେତରୁ ଅମଳ ହେବାକୁ ଥିବା ପାଚିଲାଧାନ ଯଥାଶିଘ୍ର ଅମଳ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଛି। ହେଲେ ଏପଟେ ଭଦ୍ରକ ଜିଲାର ତଳମାଳ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକ ଧାମରା ସମୁଦ୍ର ମୁହାଣ ଅଶାନ୍ତ ରହିବା ଫଳରେ ବୈତରଣୀ ଓ ସାଳନ୍ଦୀ ନଦୀକୁ ସଂଯୋଗ କରୁଥିବା ବିଭିନ୍ନ ମାହାରା ଓ ନଈଯୋର ଦେଇ ଅମଳ ଧାନକ୍ଷେତକୁ ଜୁଆରପାଣି ମାଡିବାରେ ଲାଗିଛି।

ଫଳରେ ଏବେ ଅମଳ ହେବାକୁ ଥିବା ପାଚିଲା ଧାନ କ୍ଷେତରେ ଲହଡି ଭାଙ୍ଗୁଥିବା ପାଣିରେ ପଚିବାକୁ ଲାଗିଲାଣି। ବିଶେଷକରି ନାନ୍ଦପୁର, ଆରଡି, ସୁନ୍ଦରପୁର, ଓଳଗ, ଭୁଇଁପୁର, କୋଇଲିଖା, ମୁଆଁ, ସନ୍ତରା, ସାନପଙ୍କି, ବୋଡକ, ପହଣା, ବାତୋଳ, ଖଟୁଆପାଟଣା, ପାରଡିଆ, ଆଦି ଗାଁର ଶହଶହ ଏକର ଚାଷଜମିରେ ପାଣି ନିଷ୍କାସନ ହେଉନଥିବାରୁ ସାମ୍ଭାବ୍ୟ ଝଡବର୍ଷାକୁ ଦୃଷ୍ଟିରେ ରଖି ଚାଷୀମାନେ ତରବର ହୋଇ କଞ୍ଚାଧାନକୁ ଅମଳ କରୁଛନ୍ତି। ଅଧିକାଂଶ କ୍ଷେତରେ ପାଚିଲାଧାନ କ୍ଷେତରେ ଲହଡି ଭାଙ୍ଗୁଥିବା ପାଣିରେ ଭାସିବା ସହ ପଚିବାକୁ ଲାଗିଲାଣି। ଚାଷ ପ୍ରାରମ୍ଭର ଗଜା ମରୁଡି, ପରେ ଲଗାଣବର୍ଷା ଆଉ ଏବେ ସାମ୍ଭାବ୍ୟ ଝଡବର୍ଷା ଭୟ ଚାଷୀଙ୍କ ଦୁଃଖକୁ ଦୁଇଗୁଣିତ କରିଛି। ଏହି ଅଞ୍ଚଳରେ କ୍ଷେତରୁ ପାଣି ନିସ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ କିଏ ମଟରପମ୍ପ ଦ୍ବାରା ତ ଆଉକିଏ ଯନ୍ତ(ତେଣ୍ଡା)ର ସାହାରା ନେଇ ପାଣି ନିସ୍କାସନ କରୁଛନ୍ତି। ଚାଷୀଙ୍କ କହିବା ଅନୁଯାୟୀ କ୍ଷେତରୁ ଏତେ ଶିଘ୍ର ପାଚିଲା ଧାନ ଅମଳ କରିବା ସମ୍ଭବ ନୁହେଁ । ସାମ୍ଭାବ୍ୟ ଝଡବର୍ଷା ଯଦି ହୁଏ ତାହାଲେ କ୍ଷେତରୁ ଅମଳ ହେବାକୁ ଥିବା ପାଚିଲା ଧାନର ବହୁ କ୍ଷତି ଘଟିବ। ଫଳରେ ଧାର  କରି ଚାଷୀ ଆଣିଥିବା ଋଣ କିପରି ପରିଷୋଧ କରିବ ଏବେ ମୁଣ୍ଡରେ ହାତ ଦେଇ ବସିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories