www.samajalive.in
Tuesday, December 9, 2025
16.1 C
Bhubaneswar

ଖାଦ୍ୟ ଖାଇବା ପରେ କରନ୍ତୁ ନାହିଁ ଏହି ଭୁଲ୍‍

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଭିଏଁ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ମାତ୍ର ସଠିକ ଖାଦ୍ୟପେୟ ସହ ଏପରି କିଛି ଉପାୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଯାହାର ସିଧାସଳଖ ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡିଥାଏ। କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ଖରାବେଳର ଖାଦ୍ୟ ଖାଇବା ପରେ ଏପରି କିଛି ଭୁଲ କରିଥାଆନ୍ତି, ଫଳରେ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ। ଜାଣନ୍ତୁ ଏହା ବିଷୟରେ….
୧- ଆପଣ ଅନେକ ଥର ଶୁଣିଥିବେ ଖାଦ୍ୟ ଖାଇବାର ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ନୁହେଁ। ଏହି ନିୟମର ପାଳନ କରୁଥିଲେ,ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହାସହ ଖାଦ୍ୟ ଖାଇବା ପରେ ତୁରନ୍ତ ଥଣ୍ଡାପାଣି ଆଦୌ ପିଅନ୍ତୁ ନାହିଁ। ଅତି ଆବଶ୍ୟକ ହେଲେ ସାଧାରଣ ତାପମାତ୍ରାରେ ପାଣି ପିଅନ୍ତୁ। ଥଣ୍ଡାପାଣି ପିଇବା ଦ୍ୱାରା ପାଚନତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ।
୨- ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ କିମ୍ବା କଫି ପିଇବା ଅଭ୍ୟାସ ଥିଲେ, ତୁରନ୍ତ ଏହି ଅଭ୍ୟାସକୁ ନିଜ ଠାରୁ ଦୂରେଇ ରଖନ୍ତୁ। ଖାଇବା ପରେ ଏହାର ସେବନ କଲେ ଖାଦ୍ୟରେ ଥିବା ଆଇରନ ସଠିକ ଭାବେ ଅବଶୋଷିତ ନ ହେବା ସହ ଶରୀରରେ ପ୍ରୋଟିନ ମାତ୍ରା ମଧ୍ୟ ପହଞ୍ଚି ପାରିନଥାଏ।
୩ – ଖରାବେଳର ଖାଦ୍ୟ ଖାଇବା ପରେ ତୁରନ୍ତ ଜୋରରେ ଚାଲିବା କିମ୍ବା ଶୀଘ୍ର ଶୀଘ୍ର କୌଣସି କାର୍ଯ୍ୟ କରନ୍ତୁ ନାହିଁ। କିଛି ସମୟ ବିଶ୍ରାମ ନେବା ନିତ୍ୟାନ୍ତ ଜରୁରୀ।
୪- ଖାଦ୍ୟ ଖାଇବାର କିଛି ଘଣ୍ଟା ମଧ୍ୟରେ ଫଳ, ଜୁସ୍‍ , ଆଦିର ସେବନ କରନ୍ତୁ ନାହିଁ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ।
୫- ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ କିମ୍ବା କୌଣସି ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories