www.samajalive.in
Tuesday, December 9, 2025
17.1 C
Bhubaneswar

କଂଗ୍ରେସର ଜନଜାଗରଣ ଅଭିଯାନ: ଦରଦାମ ବୃଦ୍ଧିର ପ୍ରତିବାଦ ଓ ଶୋଭାଯାତ୍ରା

ହରଭଙ୍ଗା: ବୌଦ୍ଧ ଜିଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ହରଭଙ୍ଗା ବ୍ଲକର ୯ନମ୍ବର ଜିଲା ପରିଷଦ ଜୋନରେ ସୋମବାର କଂଗ୍ରେସ ଜନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଂଗ୍ରେସର ସହସ୍ରାଧିକ କର୍ମକର୍ତ୍ତାଙ୍କ ଗହଣରେ ତଳଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରା ଜରିଆରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ହୋଇଥିବା ବିଭିନ୍ନ ଜନ ଅସନ୍ତୋଷ ଯୋଜନା ସମୂହ ଉପରେ ସ୍ଲୋଗାନ ମାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବେହେରା ସାହି ପର୍ୟ୍ୟନ୍ତ ପହଞ୍ଚିଥିଲା।

 

- Advertisement -

କେନ୍ଦ୍ରର ଅହେତୁକ ଦରଦାମ ବୃଦ୍ଧି ମଧ୍ୟରେ ପେଟ୍ରୋଲ, ଡିଜେଲ, ଗ୍ୟାସ ସାଙ୍ଗକୁ ସମସ୍ତ ଅତ୍ୟାବଶ୍ୟକ ପଦାର୍ଥ ସମୂହ ଏବଂ ରାଜ୍ୟ ବିଜେଡ଼ି ସରକାରର ନାରୀ ନିର୍ଯ୍ୟାତନା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତି ବର୍ତ୍ତମାନ ଅଣାୟତ୍ତ ପରିସ୍ଥିତିରେ ଉପନୀତ ହୋଇ ସାରିଥିବା ବେଳେ ରାଜ୍ୟ ସରକାର ‘ମୋ ସରକାର’ ଲୋକ ଦେଖାଣିଆ କାର୍ୟ୍ୟକ୍ରମ ପ୍ରଚଳନ କରି ବର୍ତ୍ତମାନ ସ୍ମାର୍ଟ କାର୍ଡର ପ୍ରହେଳିକା ପ୍ରଚଳନ ମାଧ୍ୟମରେ ଲୋକଙ୍କୁ ଭକୁଆ ବନାଇ ଆଉ ଥରେ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବୈତରଣୀ ପାରି ହେବାକୁ ଯେଉଁ ଅପଚେଷ୍ଟା ଚଲାଇଛନ୍ତି ସେସବୁକୁ ଆମର କର୍ମକର୍ତ୍ତା ଅବରୋଧ କରି ଆଗାମୀ ଦିନର ନିର୍ବାଚନରେ ସେମାନେ ସେମାନଙ୍କ ଝଲକ ଦେଖାଇବେ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଫୁଲ ଚାନ୍ଦ ପ୍ରଧାନ, ବଶିଷ୍ଠ ପ୍ରଧାନ, ଗୌରାଙ୍ଗ ନାୟକ, ରମାକାନ୍ତ ଭୁକ୍ତା, ଚିତ୍ରସେନ ମଲ୍ଲିକ, କାହ୍ନୁ ଚରଣ ନାଥ, ଓବିସି ସେଲ ବ୍ଲକ ସଭାପତି ଗଣେଶ ଲଉରିଆଙ୍କ ସହ ହରଭଙ୍ଗା ବ୍ଲକ ସଭାପତି ପଙ୍କଜ କର୍ଣ୍ଣ ଏବଂ ନାରୀ ନେତ୍ରୀ ବବିତା ବେହେରା ପ୍ରମୁଖ ନିଜ ନିଜର ମତାମତ ପ୍ରଦାନ କରିଥିଲେ। ଜିଲା କଂଗ୍ରେସ ଉପସଭାପତି ସମରେଶ ମିଶ୍ର ସଭା ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories